32.1 C
Bhubaneswar
Friday, October 18, 2024
Homeଓଡିଶାଓଡିଆ ଗାୟିକାଙ୍କୁ ଯୌନ ନିର୍ଯାତନା ଘଟଣା; ପୁଲିସ ଘରେ ପହଞ୍ଚିଲା ବେଳକୁ ସୌରୀନ ଦିଲ୍ଲୀ ଛୁ

ଓଡିଆ ଗାୟିକାଙ୍କୁ ଯୌନ ନିର୍ଯାତନା ଘଟଣା; ପୁଲିସ ଘରେ ପହଞ୍ଚିଲା ବେଳକୁ ସୌରୀନ ଦିଲ୍ଲୀ ଛୁ

କଟକ: ବଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ କୋଲକାତାସ୍ଥିତ ବାସଭବନରେ କମିଶନ୍‌ରେଟ୍ ପୁଲିସ ଟିମ ପହଞ୍ôଚବା ପୂର୍ବରୁ ସେ ଦିଲ୍ଲୀ ପଳାଇଛନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । କଟକ ପୁଲିସ ତାଙ୍କ ଘରେ ସ୍ଥାନୀୟ ପୁଲିସ ସହଯୋଗରେ ତାଙ୍କ ଘରକୁ ଯାଇଥିଲେ । ସେତେବେଳକୁ ସୌରୀଙ୍କ ସ୍ତ୍ରୀ, ଓ ପିତା-ମାତା ଉପସ୍ଥିତ ଥିଲେ । ସେମାନେ ପୁଲିସକୁ କହିଛନ୍ତି ଯେ କଟକରେ ଜଣେ ଗାୟିକା ସୌରୀନଙ୍କ ନାମରେ ଏତଲା ଦେବା ସଂକ୍ରାନ୍ତରେ ଆମେ ଜାଣିଛୁ । ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ସୌରୀନ ସେଠାକୁ ଯାଇଛନ୍ତି । ତେବେ ଘରକୁ ଆସିଲେ ୭ ଦିନ ମଧ୍ୟରେ କମିଶନ୍‌ରେଟ ପୁଲିସ ନିକଟରେ ସେ ପହଞ୍ôଚବେ ବୋଲି ତାଙ୍କ ପରିବାର ପକ୍ଷରୁ ପୁଲିସକୁ ନିର୍ଭର ପ୍ରତିଶ୍ରତି ଦେଇଛନ୍ତି ତାଙ୍କ ପରିବାର ବର୍ଗ । ଅପରପକ୍ଷେ ସଂପୃକ୍ତ ଗାୟିକା ସୌରୀନଙ୍କୁ ବ୍ଲାକ୍ ମେଲ୍ କରୁଛନ୍ତି ବୋଲି ପରିବାର ପକ୍ଷରୁ ମୌଖିକ ଭାବେ ପାଲଟା ଅଭିଯୋଗ କରାଯାଇଛି ।

ତେବେ ସେ ଆସିଲେ କିମ୍ବା ତାଙ୍କୁ ଏଠାକୁ ଅଣାଗଲେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସିପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି । ଏସବୁ ଦୃଷ୍ଟିରୁ ବିଚାର କଲେ ଏହି ଘଟଣା ଏକ ଭିନ୍ନମୋଡ ନେବାର ସମ୍ଭାବନା ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ, କଣ୍ଠଶିଳ୍ପୀ ସୌରୀନଙ୍କ ବିରୋଧରେ ଜଣେ ଓଡ଼ିଆ ଗାୟିକା କଟକ ମହିଳା ଥାନାରେ ଏତଲା ଦେଇଛନ୍ତି । ପ୍ରଲୋଭନ ଦେଖାଇ ବିବାହ ପ୍ରତିଶ୍ରୁତି, ପ୍ରତାରଣା, ନିର୍ଯାତନା ଓ ଶୋଷଣ କରିବା ନେଇ ସୌରୀନଙ୍କ ବିରୋଧରେ ପୀଡ଼ିତା କଣ୍ଠଶିଳ୍ପୀ ଅଭିଯୋଗ କରିଛନ୍ତି । ତାଙ୍କଠାରୁ ୯ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି ବୋଲି ମଧ୍ୟ ସେ ଅଭିଯୋଗ କରିଥିଲେ । ଗାୟିକାଙ୍କ ଅଭିଯୋଗ କ୍ରମେ ପୁଲିସ ପ୍ରଥମେ ସିଡିଏସ୍ଥିତ ତାଙ୍କର ଭଡା ଘରକୁ ଯାଇଥିଲା ବେଳେ ସେ ସେଠାରେ ନଥିବା ବେଳେ ତାଙ୍କ ମୋବାଇଲ୍ ଫୋନ୍‌ରେ ପୁଲିସ ଯୋଗାଯୋଗ କରିଥବଲେ ବି ଫୋନ୍ ସୁଇଚ୍ ଅଫ୍ ଦେଖାଇଥିଲା । ଏଣୁ କମିଶନ୍‌ରେଟ ପୁଲିସର ଏକ ଟିମ୍ ସୌରୀନଙ୍କୂ ଧରିବା ଲଗି କୋଲିକାତା ଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking