ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟ ନିକଟରେ ଲଖିମପୁର ଖେରି ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଜାମିନ ପ୍ରଦାନ କରିଛନ୍ତି । ତେବେ ଆଶିଷଙ୍କୁ ମିଳିଥିବା ଜାମିନ ପ୍ରତିବାଦରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରାଯାଇଛି। ଜାମିନ ମିଳିବାପରେ ଆଶିଷ ବର୍ତ୍ତମାନ ମୁକ୍ତ ବିହଙ୍ଗ ପରି ବୁଲାବୁଲି କରୁଥିବାବେଳେ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଲୋକଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି ।
ପୁନଶ୍ଚ ଜାମିନରେ ଆସିବାପରେ ସେ ପ୍ରମାଣ ନଷ୍ଟ କରିବାକୁ ଚକ୍ରାନ୍ତ କରିବେ ବୋଲି ମଧ୍ୟ ପିଟିସନଧାରୀ ଆଶଙ୍କା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଶିଷଙ୍କ ଜାମିନକୁ ତୁରନ୍ତ ବାତିଲ କରାଯାଉ ବୋଲି ଦୁଇ ପିଟିସନଧାରୀ ତଥା ଆଇନଜୀବୀ ଶିବକୁମାର ତ୍ରିପାଠୀ ଓ ଚନ୍ଦ୍ରଶେଖର ପଣ୍ଡା ଦାବି କରିଛନ୍ତି । ଘଟଣାର ତଦନ୍ତ ପାଇଁ ଗଠିତ ଏସ୍ଆଇଟି ହାଇକୋର୍ଟରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିବାରେ ବିଫଳ ହୋଇଥିବାରୁ ଆଶିଷଙ୍କୁ ଜାମିନ ମିଳିପାରିଲା ବୋଲି ସେମାନେ କହିଛନ୍ତି ।