32.1 C
Bhubaneswar
Saturday, September 28, 2024
Homeଓଡିଶାବିକାଶ ପ୍ରସଙ୍ଗରେ ବିରୋଧୀ ଦଳ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି : ନବୀନ

ବିକାଶ ପ୍ରସଙ୍ଗରେ ବିରୋଧୀ ଦଳ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି : ନବୀନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାରେ ଆଜି ବିଜେଡି ପାଇଁ ଭୋଟ୍ ମାଗିଛନ୍ତି । ଖୋର୍ଦ୍ଧା ହାବେଳୀ ପଡ଼ିଆରୁ ଜନସଭାକୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମତାମତ ନେଇଥିଲେ ମୁଖ୍ୟମନ୍ତ୍ରୀ। ବିଏସକେୱ।ଇ, ମିଶନ ଶକ୍ତି, ମମତା ଯୋଜନା, ଚାଷୀଙ୍କ କାଳିଆ ଯୋଜନା ଓ ମଧୁବାବୁ ପେନସନ , ପରିକ୍ରମା ଓ ମା ସମଲେଇ , ଲକ୍ଷ୍ମୀ ବସ୍,୫ଟି ସ୍କୁଲ ଓ ଛାତ୍ରବୃତ୍ତି ସେବା ଭଲ କି ବୋଲି ପଚାରିଥିଲେ ବିଜେଡି ସୁପ୍ରିମୋ । ଶେଷରେ ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନ ଭଲ କି ବୋଲି ପଚାରିଥିଲେ ଓ ସମସ୍ତେ ଏକ ସ୍ୱରରେ ଏହାର ଉତ୍ତର ‘ହଁ’ରେ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ । ବିରୋଧୀ ଦଳର ନେତା ମିଛ କଥା କହୁଛନ୍ତି ବୋଲି କହି ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିକାଶ ପ୍ରସଙ୍ଗରେ ବିରୋଧୀ ଦଳ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking