24.1 C
Bhubaneswar
Tuesday, February 18, 2025
Homeଦେଶ ବିଦେଶଦୁଇ ଦିନ ପରେ ଆଜିଠୁ ପୁଣି ଚାଲିବ ସଂସଦ ମୌସୁମୀ ଅଧିବେଶନ

ଦୁଇ ଦିନ ପରେ ଆଜିଠୁ ପୁଣି ଚାଲିବ ସଂସଦ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ଚଳିତ ମୌସୁମୀ ଅଧିବେଶନ ଗତ ମାସ ୧୯ ତାରିଖରୁ ଆରମ୍ଭ ହୋଇଯାଇଛି। ଯାହା ଚଳିତ ମାସ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। କିନ୍ତୁ ୧୯ ରୁ ୩୦ ପର୍ଯ୍ୟନ୍ତ ମୋଟ ୧୦୭ ଘଣ୍ଟା ସଂସଦୀୟ କାର୍ଯ୍ୟବାହୀ ସମୟରୁ କାର୍ଯ୍ୟକାରୀ ହୋଇଛି ମାତ୍ର ୧୮ ଘଣ୍ଟା। ପାଖାପାଖି ୮୯ ଘଣ୍ଟା ସମୟ ହଟ୍ଟଗୋଳ ହଙ୍ଗାମାରେ ନଷ୍ଟ ହୋଇଯାଇଛି। ଅର୍ଥାତ କରଦାତାଙ୍କ ୧୩୩ କୋଟି ବିନା କାମରେ ଖର୍ଚ୍ଚ ହୋଇଛି। ସଂସଦର ମୌସୁମୀ ଅଧିବେଶନ ପ୍ରାରମ୍ଭରୁ କେନ୍ଦ୍ରୀୟ କୃଷି ଆଇନ, ପେଗାସସ ସ୍ପାଇୱେର, ମହାମାରୀ ମୁକାବିଲାରେ ବିଫଳତାକୁ ନେଇ ବିରୋଧୀ ସରକାରଙ୍କୁ ବ୍ୟାକଫୁଟକୁ ଠେଲି ଦେଇଛନ୍ତି। ସରକାର ମଧ୍ୟ ଏହି ସମସ୍ତ ମୁଦ୍ଦାରେ ବିରୋଧୀଙ୍କୁ ମନାଇବାରେ ବିଫଳ ହୋଇଛନ୍ତି। ଫଳରେ ସଂସଦ ଏକ ପ୍ରକାର ଅଚଳାବସ୍ଥାରେ ରହିଛି। ୨ ଦିନର ବିରତି ପରି ଆଜି ଠାରୁ ପୁଣି ଥରେ ବସିବ ସଂସଦର ଉଭୟ ସଦନ। ସେପଟ ସଂସଦକୁ ସ୍ୱାଭାବିକ କରିବା ପାଇଁ ଗତ ୨ ଦିନ ତଳେ ସରକାର ଏକ ବଡ ପଦକ୍ଷେପ ନେଇଥିଲେ। ବରିଷ୍ଠ ମନ୍ତ୍ରୀ ରାଜନାଥ ସିଂଙ୍କୁ ବିରୋଧୀଙ୍କ ସହ ଆଲୋଚନା କରିବା ପାଇଁ ଦାୟିତ୍ୱ ଦେଇଥିଲେ। ରାଜନାଥ ମଧ୍ୟ ବିରୋଧୀ ସାଂସଦଙ୍କ ସହ ଆଲୋଚନା କରିଥିଲେ। ତେବେ ଆଲୋଚନା କଣ ହୋଇଛି ଫଳାଫଳ କଣ ହେବ ତାହା ଆଜି ସଂସଦରେ ପ୍ରତିଫଳନ ପରେ ସ୍ପଷ୍ଟ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking