20.1 C
Bhubaneswar
Friday, January 24, 2025
Homeଦେଶ ବିଦେଶଝିଅଙ୍କ ବିବାହ ବୟସ ବୃଦ୍ଧିକୁ ବିରୋଧ

ଝିଅଙ୍କ ବିବାହ ବୟସ ବୃଦ୍ଧିକୁ ବିରୋଧ

ରାଞ୍ଚୀ: କେନ୍ଦ୍ର ସରକାର ଗତକାଲି ଦେଶରେ ଝିଅଙ୍କ ସର୍ବନିମ୍ନ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି କରିଛନ୍ତି । ଏ ନେଇ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ସରକାର ସଂସଦରେ ବିଧେୟକ ଆଗତ କରି ଏହାକୁ ପାରିତ କଲାପରେ ଏହା ଦେଶରେ ସବୁ ଧର୍ମ ତଥା ସବୁ ବର୍ଗରେ ଝିଅମାନଙ୍କ ବିବାହ ବୟସ ୨୧କୁ ବୃଦ୍ଧି ପାଇବ । ଦେଶରେ ଅଧିକତର ଏହି ପ୍ରସ୍ତାବକୁ ସମର୍ଥନ କରୁଥିବା ବେଳେ ଝାଡ଼ଖଣ୍ଡର ଅଳ୍ପସଂଖ୍ୟକ କଲ୍ୟାଣ ମନ୍ତ୍ରୀ ହଫିଜୁଲ୍ ହସନ୍ ଓ ଉତ୍ତରପ୍ରଦେଶର ସମାଜବାଦୀ ଦଳର ସାଂସଦ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି ।

ହସନ୍ କହିଛନ୍ତି ଯେ ସରକାର ଝିଅଙ୍କ ବିବାହ ବୟସକୁ ବୃଦ୍ଧି କରିବା ବଦଳରେ କମ୍ କରିବା ଦରକାର । ସମ୍ପ୍ରତି ଝିଅମାନଙ୍କ ଗ୍ରୋଥ୍‌କୁ ନଜରରେ ରଖି ଏହାକୁ ୧୬ ବର୍ଷକୁ କମ୍ କିମ୍ବା ୧୮ ହିଁ ରଖିବା ଉଚିତ୍ ବୋଲି ସେ କହିଛନ୍ତି । ଅପରପକ୍ଷରେ ଏସ୍‌ପିର ସାଂସଦ ଶଫିକର୍ମହନ୍ ଏ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଝିଅଙ୍କ ବିବାହ ବୟସ ବଢ଼ିଲେ ସେମାନେ ଉତ୍ସୃଙ୍ଖଳ ହେବେ ବୋଲି ସେ କହିଛନ୍ତି । ବିଜେପି ଏହି ମନ୍ତବ୍ୟକୁ କଡ଼ାକଡ଼ି ଭାବେ ବିରୋଧ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking