ନୂଆଦିଲ୍ଲୀ: ଭୁଜ ଗସ୍ତ କରି ପାକିସ୍ତାନକୁ ବଡ ବାର୍ତ୍ତା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଭୁଜ ଏୟାର ବେସ ପାକିସ୍ତାନ ବିପକ୍ଷ ବିଜୟରେ ସର୍ୱଦା ସାଥି । ୧୯୬୫ ଓ ୧୯୭୧ ରେ ଆମେ ଏହା ଦେଖିଥିଲେ । ଅପରେସନ ସିନ୍ଦୁରରେ ମଧ୍ୟ ଆମେ ପୁଣି ଥରେ ଦେଖିଲୁ । ଆତଙ୍କବାଦୀ ବିରୋଧୀ ଲଢେଇର ନେତୃତ୍ୱ ନେଉଛି ବାୟୁସେନା । ଏଠୁ ଉଡାଣ ଆରମ୍ଭ କରି ଲଢୁଆ ବିମାନ ପରାକ୍ରମ ଦେଖାଇଛି । ସାରା ବିଶ୍ୱକୁ ଭାରତ ମଧ୍ୟ ଏହାଦ୍ୱାରା ବାର୍ତ୍ତା ଦେଇଛି । ବ୍ରହ୍ମୋସ ମିଜାଇଲ ତାକତକୁ ତ ପାକିସ୍ତାନ ସ୍ୱୀକାର କରିସାରିଛି । ବ୍ରହ୍ମୋସ ଘନ ଅନ୍ଧକାର ମଧ୍ୟରେ ପାକିସ୍ତାନକୁ ଆଲୋକ ଦେଖାଇଛି । ଏଣିକି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ଚମକ ଦେଖାଇଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରୁ ଅର୍ଥ ଆଣି ପାକିସ୍ତାନ ଆତଙ୍କବାଦୀଙ୍କୁ ଦେଉଛି । ତେଣୁ ଆଇଏମଏଫ ତାର ନିଷ୍ପତ୍ତି ପୁନର୍ବିଚାର କରିବା ଦରକାର । ୧୪ କୋଟି ଟଙ୍କା କୁଖ୍ୟାତ ମଙ୍କସରଦ ଅଜହରକୁ ପ୍ରଦାନ କରିବ । ଆତଙ୍କୀ ଲଢେଇରେ ଆପଣମାନେ ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ।ଆତଙ୍କବାଦ ମୂଳତ୍ପୋଟନ ପାଇଁ ଭାରତ ପ୍ରତିଜ୍ଞାବଦ୍ଧ । ଅପରେସନ ସିନ୍ଦୁର ବନ୍ଦ ହୋଇନି, ଜାରି ରହିଛି ।