23.1 C
Bhubaneswar
Saturday, February 22, 2025
Homeଓଡିଶାମୁକୁଳା ଡ୍ରେନରେ ପଡିବ ସ୍ଲାବ

ମୁକୁଳା ଡ୍ରେନରେ ପଡିବ ସ୍ଲାବ

ଭୁବନେଶ୍ୱର: ସହରାଂଚଳରେ ଡ୍ରେନେଜ ସମସ୍ୟା ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁକୁଳା ଡ୍ରେନ ଉପରେ ସ୍ଲାବ ପଡିବା ନେଇ ଆଲୋଚନା ହୋଇଛି । ମୁକୁଳା ଡ୍ରେନ ଉପରେ ସ୍ଲାବ ପକାଇବାକୁ ସ୍ୱତନ୍ତ୍ର ବ୍ୟୟବରାଦ କରାଯିବ । ଡ୍ରେନ ଉପରୁ ଜବର ଦଖଲ ହଟାଇବା ଲାଗି ମଧ୍ୟ ଆଲୋଚନା ହୋଇଛି । ଡ୍ରେନେଜ୍ ସମସ୍ୟା ସମାଧାନ ପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବାନେଇ ଗୃହ କମିଟି ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ ପ୍ରତିକ୍ରିୟା ରଖି କହିଛନ୍ତି । ବୈଠକରେ ନଗର ଉନ୍ନୟନ ସଚିବ ଜି. ମାଥିଭାତନ ମଧ୍ୟ ଉପସ୍ଥିତ ଥିଲେ । ବିଧାୟକ ଅମର ଶତପଥୀ ଏବଂ ମହମ୍ମଦ ମୋକ୍କିମ ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ଭୁବନେଶ୍ୱର ସହ ଅନ୍ୟ ସହରର ଡ୍ରେନେଜ୍ ସମସ୍ୟା ନେଇ ଆଲୋଚନା ହୋଇଥିଲା । ରାଜ୍ୟରେ ଥିବା ସମସ୍ତ ଡ୍ରେନର ଡିଜାଇନ ବଦଳାଯିବ ଏହାସହ କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମୁକୁଳା ପଡିଥିବା ଡ୍ରେନ ଉପରେ ସ୍ଲାବ୍ ପଡ଼ିବ । ତେବେ ଗତ କିଛିଦିନ ପୂର୍ବରୁ ଟ୍ୟୁସନ ଯାଉଥିବା ବେଳେ ରାଜଧାନୀର ମୁକୁଳା ଡ୍ରେନରେ ଭାସିଯାଇ ୧୫ ବର୍ଷୀୟ ନାବାଳକ ଜ୍ୟୋତିପ୍ରକାଶଙ୍କ ଜୀବନ ଚାଲିଯାଇଥିଲା । ଖୋଦ୍ ରାଜଧାନୀରେ ଏଭଳି ଏକ ଘଟଣା, ସମସ୍ତଙ୍କ ଭିତରେ ଆକ୍ରୋଶ ସୃଷ୍ଟି କରିଥିଲା । ଘଟଣାକୁ ନେଇ ରାଜନୀତି ଏବଂ ବିରୋଧ ତେଜିବା ପରେ ସମସ୍ତ ମୁକୁଳା ଡ୍ରେନ୍ ଗୁଡିକୁ ବନ୍ଦ କରିବା ନେଇ ନିଷ୍ପତ୍ତି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking