29.1 C
Bhubaneswar
Friday, July 11, 2025
Homeଅପରାଧବଢୁଛି ଅନଲାଇନ୍ ଠକେଇ: ହ୍ଵାଟ୍ସଆପରେ ଲିଙ୍କ ପଠାଇ ଲୁଟି ନେଲେ ୧୪ ଲକ୍ଷ

ବଢୁଛି ଅନଲାଇନ୍ ଠକେଇ: ହ୍ଵାଟ୍ସଆପରେ ଲିଙ୍କ ପଠାଇ ଲୁଟି ନେଲେ ୧୪ ଲକ୍ଷ

ଭୁବନେଶ୍ୱର: ହ୍ଵାଟ୍ସଆପରେ ଲିଙ୍କ ପଠାଇ ଘରେ ବସି ରୋଜଗାର କରିବାର ଲୋଭ ଦେଖାଉଥିଲେ । କିଛିଦିନ ଭଲ ରିଟର୍ଣ୍ଣ ମିଳିବା ପରେ ବିଟ୍‌ କଏନରେ ପୁଞ୍ଜି ନିବେଶ ପାଇଁ ପ୍ରବର୍ତ୍ତାଉ ଥିଲେ । ଲୋକଙ୍କୁ ଫସାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ । ଏଭଳି ଏକ ସାଇବର ଲୁଟେରା ଗ୍ୟାଙ୍ଗକୁ କମିଶନରେଟ ପୋଲିସ ଠାବ କରିଛି । ଅନଲାଇନରେ ୧୪ ଲକ୍ଷ ଠକେଇ। ୧୪ ଲକ୍ଷ ଚୂନ ମାରିଥିବା ୪ ସାଇବର ଠକ ଗିରଫ । ସେମାନେ ହେଲେ ବିବେକାନନ୍ଦ ମଲିକ, ସପନ କୁମାର ଦଳେଇ , ସୁନିଲ କୁମାର ଦାସ ଓ ବିଜନ କୁମାର ପଣ୍ଡା । ସମସ୍ତଙ୍କ ଘର ବାଲେଶ୍ୱର ଜିଲ୍ଲାରେ । ୪ ଜଣଙ୍କ ଆକାଉଣ୍ଟରୁ ୩୯ ଲକ୍ଷ ଟଙ୍କା ସିଜ କରିଛି ସାଇବର ପୋଲିସ। ସେମାନଙ୍କ ପାଖରୁ ୧୦ଟି ଏଟିଏମ, ୫ଟି ପାସ୍‌ ବୁକ, ଗୋଟିଏ ଲାପଟପ, ୪ଟି ମୋବାଇଲ, ୭ଟି ଚେକ୍‌ ବୁକ ସହ ଗୋଟିଏ ଜିଓ ସିମ ଜବତ ହୋଇଛି। ରାଜଧାନୀ ଚିନ୍ତାମଣିଶ୍ୱର ଅଞ୍ଚଳର ପ୍ରମୋଦ ସାହୁଙ୍କୁ ୧୪ ଲକ୍ଷ ଟଙ୍କାର ଚୂନ ମାରିଥିଲେ ୪ ସାଇବର ଠକ। ବିଭିନ୍ନ ପର୍ଯ୍ୟାୟରେ ୧୪ ଲକ୍ଷ ଟଙ୍କା ଠକି ନେଇଥିଲେ। ତେବେ ଏହି ଠକେଇ ସେମାନଙ୍କୁ ମହଙ୍ଗା ପଡ଼ିଛି। ସେମାନଙ୍କ ଆକାଉଣ୍ଟରୁ ୩୯ ଲକ୍ଷ ସିଜ କରିଛି ସାଇବର ପୋଲିସ। ସାଇବର ଅପରାଧ ପ୍ରତି ଲୋକଙ୍କୁ ସଚେତନ ହେବାକୁ ପରାମର୍ଶ ଦେଇଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking