17.1 C
Bhubaneswar
Monday, November 25, 2024
Homeବ୍ରେକୀଙ୍ଗଅନଲାଇନ୍ ଶିକ୍ଷା ପାଇଁ ଚୁକ୍ତି

ଅନଲାଇନ୍ ଶିକ୍ଷା ପାଇଁ ଚୁକ୍ତି

ଭୁବନେଶ୍ୱର: ରାଜ୍ୟରେ ଆଦର୍ଶ ଓ ଉକ୍ରର୍ଷ ସ୍କୁଲରେ ଅନଲାଇନ୍ ଶିକ୍ଷା ପାଇଁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଓ ଟିସିଏସ ମଧ୍ୟରେ ଚୁକ୍ତି ହୋଇଛି । ୨୧୪ ଆଦର୍ଶ ସ୍କୁଲ ଓ ୧୦୧ ଉତ୍କର୍ଷ ସ୍କୁଲରେ ଅନଲାଇନ ଶିକ୍ଷାର ବ୍ୟବସ୍ଥା ହେବ । ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ ଶିକ୍ଷା ବ୍ୟବସ୍ଥା ହେବ । ଅନଲାଇନରେ ଶିକ୍ଷା ପାଇଁ ମାଗଣାରେ ସହଯୋଗ ଯୋଗାଇବ ଟିସିଏସ୍ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ଗତକାଲି ପୂର୍ବାହ୍ନରେ ଉତ୍କର୍ଷ ବିଦ୍ୟାଳୟ ଏବଂ ଆଦର୍ଶ ବିଦ୍ୟାଳୟରେ ଡିଜିଟାଲ୍ ଶିକ୍ଷାଦାନ ସଂପର୍କରେ ଏଓକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ବିଭିନ୍ନ ପ୍ରକାର ଅନଲାଇନ ଶିକ୍ଷା ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଛି । ଟାଟା କନସଲଟାନ୍ସି ଲିମିଟେଡର ସିଏସଆର ତରଫରୁ ବିନା ମୂଲ୍ୟରେ ଏହା କରାଯିବ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ନିଜର ପାଠ୍ୟ ବିଷୟ, ଭିଡିଓ, ଗୃହପାଠ, କୁଇଜ ଭଳି ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟ କରିପାରିବେ । ଏହାକୁ ସୁଚାରୁ ରୂପେ ସଂପାଦନ କରିବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ବିନା ମୂଲ୍ୟରେ ଟିସିଏସ ଦ୍ୱାରା ତାଲିମ ଦିଆଯିବ । ଯାହା ଦ୍ୱାରା ସେମାନେ ବିଭିନ୍ନ ପ୍ରକାରର ଡିଜିଟାଲ୍ ଶିକ୍ଷକତା ପ୍ଲାଟଫର୍ମ ଓ ଶିକ୍ଷା ବିଜ୍ଞାନ ବିଷୟରେ ଅବଗତ ହୋଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking