23.1 C
Bhubaneswar
Thursday, December 26, 2024
Homeଓଡିଶାପୁଣି କନ୍ଦାଇବା ଆରମ୍ଭ କଲାଣି ପିଆଜ: କିଲୋ ପିଛା ୫୦ ଛୁଇଁଲାଣି

ପୁଣି କନ୍ଦାଇବା ଆରମ୍ଭ କଲାଣି ପିଆଜ: କିଲୋ ପିଛା ୫୦ ଛୁଇଁଲାଣି

ଭୁବନେଶ୍ୱର : ଆଗରୁ ପିଆଜ କାଟିଲେ ଲୋକଙ୍କ ଆଖିରେ ପାଣି ଆସୁଥିଲା । ଏବେ ପିଆଜ କିଣିବା ବେଳକୁ ଗରିବା ଗୁରୁବାଙ୍କ ଆଖିରୁ ପାଣି ଆସିଯାଉଛି । ପଖାଳ କଂସାଏରେ ଲୁଣ ପିଆଜ କଥା ଭାବିଲେ ବି କଷ୍ଟ ଲାଗୁଛି । କିଲୋ ପିଛା ୫୦ ଛୁଇଁଲାଣି । ଟମାଟୋ , ଅଦା, ରସୁଣ ପରେ ଏବେ ବଢିଛି ପିଆଜ ଦର । ପୂର୍ବରୁ ଦର ୪୦ ଟଙ୍କା ରହିଥିବାବେଳେ ଥରକେ ୧୦ ଟଙ୍କା ବୃଦ୍ଧି ପାଇ ୫୦ରେ ପହଞ୍ଚିଛି । ଚାହିଦା ମୁତାବକ ଯୋଗାଣ ସମ୍ଭବ ହେଉନଥିବାରୁ ଦର ବଢିଥିବା ବ୍ୟବସାୟୀ କହିଛନ୍ତି । ନୂଆ ପିଆଜ ଅମଳରେ ବିଳମ୍ବ ଘଟୁଥିବାରୁ ଏପରି ସ୍ଥିତି ଦେଖାଦେଇଛି । ତେବେ ନଭେମ୍ବର ମଧ୍ୟଭାଗରେ ବଜାରକୁ ନୂଆ ପିଆଜ ଆସିଲେ ଦର କମିଯିବ ବୋଲି କୁହାଯାଉଛି ।

ଦେଶର ମୁଖ୍ୟ ପିଆଜ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ରର ମଣ୍ଡିଗୁଡିକରେ ସବୁଠାରୁ ଭଲ ମାନର ଥିବା ପିଆଜର ପାଇକାରୀ ମୂଲ୍ୟ କିଲୋ ପିଛା ୫୦ ଟଙ୍କା ଅତିକ୍ରମ କରିଗଲାଣି । ମହାରାଷ୍ଟ୍ରର ପିମ୍ପଲଗାଓଁ ମଣ୍ଡିରେ ପିଆଜ ମୂଲ୍ୟ କ୍ବିଣ୍ଟାଲ ପିଛା ରେକର୍ଡ ୨୫୦୦ରୁ ୫ହଜାର ୧୪ ଟଙ୍କା ରହିଛି । ଚଳିତ ମାସ ୩ତାରିଖରେ ସେଠାରେ ପିଆଜ ଦର କ୍ବିଣ୍ଟାଲ ପିଛା ୯୦୦ରୁ ୨୫୦୦ ଟଙ୍କା ରହିଥିଲା । ପିଆଜ ମୂଲ୍ୟ ବୃଦ୍ଧିର ସିଧାସଳଖ ପ୍ରଭାବ ଖୁଚୁରା ବଜାରରେ ପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking