28.1 C
Bhubaneswar
Wednesday, June 18, 2025
Homeଅପରାଧସାକ୍ଷାତକାର ଦେବାକୁ ଡାକି ଅଭିନେତ୍ରୀଙ୍କ ସହ ଯାହା ଘଟିଲା ଜାଣଇଲେ ଆଶ୍ଚର୍ଯ୍ୟ ହେବେ....

ସାକ୍ଷାତକାର ଦେବାକୁ ଡାକି ଅଭିନେତ୍ରୀଙ୍କ ସହ ଯାହା ଘଟିଲା ଜାଣଇଲେ ଆଶ୍ଚର୍ଯ୍ୟ ହେବେ….

ନୂଆଦିଲ୍ଲୀ: ସାକ୍ଷାତକାର ଦେବାକୁ ଡାକି ଅଭିନେତ୍ରୀଙ୍କୁ ଦୁଷ୍କର୍ମ । ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ଘଟିଛି ଏଭଳି ଘଟଣା । ଜଣେ ଭୋଜପୁରୀ ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ ହୋଇଥିବା ସାମ୍ନାକୁ ଆସିଛି । ପୀଡିତା ଅଭିଯୋଗ କରିଛନ୍ତି ଯେ ଜୁନ୍ ୨୯ରେ ବିହାରର ଏକ ହୋଟେଲ ରୁମରେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା । ପୁଲିସକୁ ଦେଇଥିବା ଅଭିଯୋଗରେ ଅଭିନେତ୍ରୀ କହିଛନ୍ତି ଯେ ମହେଶ ପାଣ୍ଡେ ନାମକ ଅଭିଯୁକ୍ତ ଏକ ଯୋଜନା ପ୍ରସ୍ତୁତ କରି ତାଙ୍କୁ ସାକ୍ଷାତକାର ପାଇଁ ଡାକିଥିଲେ ଏବଂ ପରେ ଦୁଷ୍କର୍ମ କରିଥିଲେ । ଦୁହେଁ ପରସ୍ପରକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ମାଧ୍ୟମରେ ଜାଣିବା ପରେ ସାକ୍ଷାତକାର ହୋଇଥିଲା ବୋଲି ପୀଡ଼ିତା କହିଛନ୍ତି ।

ସୂଚନା ମୁତାବକ, ଜୁନ୍ ୨୦ରେ ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମ ମାଧ୍ୟମରେ ଅଭିନେତ୍ରୀ, ଅଭିଯୁକ୍ତ ମହେଶ ପାଣ୍ଡେ ନାମକ ଜଣେ ଯୁବକଙ୍କ ସହ କଥା ହୋଇଥିଲେ । କିଛି ଦିନ କଥା ହେବା ପରେ ଦୁହେଁ ପରସ୍ପରର ନମ୍ବର ନେଇ ଜୁନ ୨୯ରେ ଦେଖା ହେବାକୁ ଧାର୍ଯ୍ୟ କରିଥିଲେ । ଘଟଣା ଦିନ ପୀଡ଼ିତା ବିହାରର ଏକ ହୋଟେଲକୁ ଯିବା ପରେ ସାକ୍ଷାତକାର ନେବା ପରିବର୍ତ୍ତେ ଅଭିଯୁକ୍ତ ମଦ ପିଇବା ଆରମ୍ଭ କରିଥିଲେ । ଏହା ଦେଖି ପୀଡ଼ିତା ସେଠାରୁ ଆସିବାକୁ ଚେଷ୍ଟା କରୁଥିବା ବେଳେ ଅଭିଯୁକ୍ତ ତାଙ୍କୁ ଖଟ ଉପରକୁ ଠେଲି ଦେବା ସହ ଖଟ ଉପରେ ସାକ୍ଷାତକାର ନେବି ବୋଲି କହିଥିଲେ । ପୀଡ଼ିତା ଆସିବାକୁ ଚେଷ୍ଟା କରିଥିଲେ ବି ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପୀଡ଼ିତାଙ୍କ ଅଭିଯୋଗ ପରେ ଏବେ ହୋଟେଲର ସିସିଟିଭି କ୍ୟାମେରାରୁ ଅଭିଯୁକ୍ତକୁ ଚିହ୍ନଟ କରିଛି ପୁଲିସ । ବର୍ତ୍ତମାନ ଏହି ଘଟଣାର ଅନୁସନ୍ଧାନ କରାଯାଉଥିବା ବେଳେ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking