ଭୁବନେଶ୍ୱର: ମହାମାରୀ କୋଭିଡ ଓମିକ୍ରନ ବିଏଫ୍.୭ ସବଭ୍ୟାରିଏଣ୍ଟ ଓଡିଶାରେ ଚିହ୍ନଟ । ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବାରେ ପୁଣି ଥରେ କୋଭିଡକୁ ନେଇ ସୃଷ୍ଟି ହୋଇଛି ଆଶଙ୍କା । ନୂଆବର୍ଷ ଆରମ୍ଭ ପୂର୍ବରୁ ଦେଶରେ ମହାମାରୀ କରୋନାର ପ୍ରଭାବ ଆଶଙ୍କା ବଢିବାର ଲାଗିଛି । ଜାତୀୟ ଗଣମାଧ୍ୟମରେ ରିପୋର୍ଟ ଅନୁସାରେ ଓମିକ୍ରନ ବିଏଫ୍.୭ ସବଭ୍ୟାରିଏଣ୍ଟ ସଂକ୍ରମିତ ଦେଶରେ ଚିହ୍ନଟ ହୋଇଛି । ଯେଉଁଥିରେ ଓଡିଶାର ଜଣେ ଥିବାବେଳେ ଗୁଜୁରାଟର ୨ ଜଣ ଅଛନ୍ତି । ଏହି ନୂଆ ଭ୍ୟାରିଏଣ୍ଟ ଗତ ଅକ୍ଟୋବରରେ ଚିହ୍ନଟ ହୋଇଛି । ସଂପ୍ରତି ବିଏଫ୍.୭ ସବଭ୍ୟାରିଏଣ୍ଟ ଚୀନରେ ଆତଙ୍କ ସୃଷ୍ଟି କରିଛି ।
ବିଦେଶରେ କୋଭିଡ ଉଗ୍ର ରୂପ ନେବା ପରେ ରାଜ୍ୟକୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି। କେନ୍ଦ୍ରର ଚିଠି ପାଇଲା ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଯେ, ଲୋକଙ୍କ ଠାରେ କୋଭିଡ ଲକ୍ଷଣ ଦେଖାଯିବା ମାତ୍ରେ ଟେଷ୍ଟିଙ୍ଗ କରାଯିବ। ଏଥି ପାଇଁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି।