27.1 C
Bhubaneswar
Saturday, October 19, 2024
Homeଓଡିଶାସାଡ଼ୀଙ୍ଗିଆରେ ଗାଡ଼ି ଧକ୍କାରେ ଜଣେ ମୃତ

ସାଡ଼ୀଙ୍ଗିଆରେ ଗାଡ଼ି ଧକ୍କାରେ ଜଣେ ମୃତ

ଫିରିଙ୍ଗିଆ : ସାଡ଼ୀଙ୍ଗିଆ ଏମଇ ସ୍କୁଲ ସାମ୍ନା ରାସ୍ତାରେ ଡାଲା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସାଡ଼ୀଙ୍ଗିଆ ଗାଁର ସିମାଞ୍ଚଳ କହଁର(୩୫) । ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ସିମାଞ୍ଚଳ କହଁର ନିଜ ଘର ପାଖରେ ଥିବା ଏମଇ ସ୍କୁଲ ନିକଟ ରାସ୍ତାରେ ଠିଆ ହୋଇଥିବାବେଳେ ପଛପଟୁ ଆସୁଥିବା ଡାଲା ବୋଲେରୋ ଗାଡ଼ି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ପଡ଼ିଥିବାବେଳେ ଗାଡ଼ିଟି ଧକ୍କା ଦେଇ ବାଲିଗୁଡ଼ା ରାସ୍ତାରେ ଦ୍ରୁତ ଗତିରେ ଚାଲି ଯାଇଥିଲା ।

ଅନ୍ୟପଟେ ଗାଁର କିଛି ଲୋକ ୧୦୮ ଆମ୍ବୁଲାନ୍ସ ସହାୟତାରେ ପ୍ରଥମେ ଫିରିଙ୍ଗିଆ ମେଡିକାଲ ଓ ପରେ ଫୁଲବାଣୀ ସ୍ଥାନାନ୍ତର କରିଥିଲେ। ଫୁଲବାଣୀରେ ଚିକିତ୍ସିତ ଅବସ୍ଥାରେ ଯୁବକର ମୃତ୍ୟୁ ଘଟିଥିଲା । ପରିବାର ତରଫରୁ ଫିରିଙ୍ଗିଆ ଥାନାରେ ଆଜି ସକାଳେ ଲିଖିତ ଅଭିଯୋଗ ପରେ ଏକ ମାମଲା ରୁଜୁ କରି ଫୁଲବାଣୀ ଶବ ବ୍ୟବଛେଦ ପାଇଁ ଯାଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି । ତେବେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ବାଲିଗୁଡ଼ା ଥାନାରେ ଡ୍ରାଇଭର ସହ ଅଟକ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking