ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ଜଣେ କରୋନା ରୋଗୀ ଚିହ୍ନଟ । ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଗଂଜାମ ଜିଲ୍ଲାର ବୋଲି ଦର୍ଶାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ କୁ ବୃଦ୍ଧି ପାଇଛି । ଗଂଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ କୁ ଛୁଇଁଛି । ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରି ସଂଗ୍ରହ କରାଯାଉଛି ବୋଲି ଜଣାପଡ଼ିଛି । ଏ ନେଇ ରାଜ୍ୟ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୧୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୬୦ଜଣ ସୁସ୍ଥ ହେଲେଣି । ଜଣଙ୍କର ମୃତ୍ୟୁ ହୋଇଥିଲାେବେଳ ୧୦୯ ଜଣ ଏବେ ଚିକିତ୍ସିତ ହେଉଛନ୍ତି ।
https://onakhabar.com/2020/05/04/6-more-corona-positive-identified-from-jajpur-and-bhadrakh/