26.1 C
Bhubaneswar
Friday, March 29, 2024
Homeଓଡିଶାସାଂସଦଙ୍କ ହସ୍ତକ୍ଷେପ ପଂଳରେ ଚାଲୁହେଲା ମୋବାଇଲ ଟାୱାର,ଉପକୃତ ହେଲେ ଜନତା 

ସାଂସଦଙ୍କ ହସ୍ତକ୍ଷେପ ପଂଳରେ ଚାଲୁହେଲା ମୋବାଇଲ ଟାୱାର,ଉପକୃତ ହେଲେ ଜନତା 

ଯାଜପୁର:ଯାଜପୁର ବ୍ଲକ ଭୁବନେଶ୍ୱରପୁର ପଂଚାୟତରେ ରହିଥିବା ବିଏସଏନଏଲ ଟାୱାର ଟି ଦୀର୍ଘଦିନ ଧରି ଅଚଳ ହୋଇପଡିଥିଲା । ପଂଳରେ ସାଧାରଣ ଲୋକେ ନାହିଁ ନଥିିବା ଅସୁବିଧା ଭୋଗ କରୁଥିଲେ । ବିଶେଷ କରି କୋରୋନା ସମୟରେ ଲୋକେ ସେମାନଙ୍କ ସଂପର୍କିୟ ଙ୍କ ସହିତ କଥାବାର୍ତା ହେବା ଅବା ଜରୁରୀ କାମ ପାଇଁ ନାହିଁ ନଥିବା ଅସୁବିଧା ଭୋଗ କରୁଥିଲେ । ଏ ସଂପର୍କରେ ବିଏସଏନଏଲ କର୍ତୁପକ୍ଷଙ୍କୁ ଅବଗତ କରି ମଧ୍ୟ କୌଣସି ସୁପଂଳ ମିଳିନଥିଲା । ଟାୱାର ଖରାପ ହେବା ନେଇ ସ୍ଥାନୀୟ ଅଂଚଳର ସାମ୍ବାଦିକ ସନ୍ଦୀପ୍ତ ରାୟ ଯାଜପୁର ସାଂସଦ ସର୍ମିଷ୍ଠା ସେଠୀଙ୍କୁ ପୋଂନ ମାଧ୍ୟମରେ ଅବଗତ କରିଥିଲେ । ସାଂସଦ ଅଭିଯୋଗ ଶୁଣି ନିଶ୍ଚୟ ସହାୟତା କରିବାକୁ ପ୍ରତିଶୃତି ଦେଇଥିଲେ । ଏହା ପରେ ସାଂସଦ ବିଏସଏନଏଲର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରି ଜାଣିବାକୁ ପାଇଥିଲେ ଯେ ଭୁବନେଶ୍ୱରପୁରରେ ଲାଗିଥିବା ଟାୱାରକୁ ଜି ଟି ଏଲ କଂପାନି ଠାରୁ ଭଡାସୁତ୍ରରେ ନିଆଯାଇଛି । ଉଭୟ କଂପାନି ମଧ୍ୟରେ ରହିଥିବା ଦ୍ୱନ୍ଦ ଯୋଗୁଁ ଟାୱାର ଟି ଅଚଳ ହୋଇଯାଇଛି । ସେଥିପାଇଁ ସାଂସଦ ଶ୍ରୀମତି ସେଠୀ ଜି ଟି ଏଲ କଂପାନି ସହିତ ଆଲୋଚନା କରିବା ପରେ ଟାୱାରକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ପ୍ରତିଶୃତି ମୁତାବକ ଟାୱାର ଏବେ ସଂପୁର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ଏଥିପାଇଁ ଉପକୃତ ହୋଇଥିବା ସ୍ଥାନୀୟ ଓ ଏହାର ଆଖପାଖ ଅଂଚଳର ଲୋକେ ସାଂସଦଙ୍କୁ ଧନ୍ୟବାଦ ଜଣାଇଛନ୍ତି । କୋରୋନା ଭଳି ସଂକଟ ସମୟରେ ସାଂସଦଙ୍କ ସହଯୋଗକୁ ଭୁୟସୀ ପ୍ରଶଂସା କରିଛନ୍ତି ଗ୍ରାମବାସୀ ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking