21.1 C
Bhubaneswar
Thursday, January 23, 2025
Homeଓଡିଶାପ୍ରତି ୫ ଜଣରେ ଜଣେ ମାରାତ୍ମକ ଏନ୍‌ଟିଡିରେ ଆକ୍ରାନ୍ତ

ପ୍ରତି ୫ ଜଣରେ ଜଣେ ମାରାତ୍ମକ ଏନ୍‌ଟିଡିରେ ଆକ୍ରାନ୍ତ

ଭୁବନେଶ୍ୱର: ଭାରତ ସମେତ ସମଗ୍ର ବିଶ୍ୱରେ ପ୍ରତି ୫ ଜଣରେ ଜଣେ ଏନ୍‌ଟିଡି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହି ମାରତ୍ମକ ରୋଗରେ ଲୋକେ ବିକଳାଙ୍ଗ ହେବାର ଭୟଥାଏ । ଏଥିପାଇଁ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଗଭୀର ଭାବେ ଚିନ୍ତିତ । ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଭାରତର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶକ୍ରମେ ରାଜ୍ୟରେ ସଚେତନତା କାର୍ଯ୍ୟକ୍ରମ ସହ ଜରୁରୀ ପଦକ୍ଷେପ ଗ୍ରହଣ କରିଥିବା ସ୍ପଷ୍ଟ କରିଛି ।   ଶନିବାର ରାଜ୍ୟ ଜନସ୍ୱାସ୍ଥ୍ୟ ନର୍ଦ୍ଦେଶକ ଡଃ ନିରଞ୍ଜନ ମିଶ୍ର କହିଛନ୍ତି, ନେଗ୍‌ଲେକେଫଡ ଟ୍ରପିକାଲ ଡିଜିଜେସ୍ (ଏନ୍‌ଟିଡି) ରୋଗକୁ ପୂର୍ବରୁ କମ୍ ଗୁରୁତ୍ୱ ଦିଆଯାଉଥିଲା । ଏବେ ସ୍ଥିତି ବଦଳିଛି । ବିଗତ କିଛି ବର୍ଷଧରି ଏହି ରୋଗରେ ବହୁ ଲୋକ ଆକ୍ରାନ୍ତ ହେଉଛନ୍ତି । ଏନ୍‌ଟିଡି ରୋଗର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ସାମୁହିକ ସହଭାଗିତା ସହିତ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଏହାକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ଜରୁରୀ ।

ଫଳରେ ଏକ ସୁସ୍ଥ ସମାଜ ଓ ସୁସ୍ଥ ରାଷ୍ଟ୍ର ଗଠନ ସମ୍ଭବ ହେବ ।   ଡଃ ମିଶ୍ର କହିଛନ୍ତି, ୨୦୧୨ରେ ଐତିହାସିକ ଲଣ୍ଡନ ଘୋଷଣାନାମା ଅନୁଯାୟୀ ଏନ୍‌ଟିଡିର ମୂଳୋତ୍ପାଟନ ଉପରେ ଅଧିକ ଧ୍ୟାନ ଦିଆଯାଉଛି । ସବୁ ରାଷ୍ଟ୍ରର ଜନସାଧାରଣଙ୍କ ସହଭାଗିତାକୁ ଅଧିକ ଗୁରୁତ୍ୱ ଦିଆଯାିଛି । ୨୦୨୦ରେ ସମଗ୍ର ବିଶ୍ୱକୁ ଏହି ରୋଗରୁ ସୁରକ୍ଷିତ ରଖିବା ସକାଶେ ପ୍ରଥମ ଥର ପାଇଁ ବିଶ୍ୱ ଏନଟିଡି ଦିବସ ପାଳନ କରାଯାଇଥିଲା । ପ୍ରତି ବର୍ଷ ଜାନୁଆରୀ ୩୦କୁ ସମଗ୍ର ବିଶ୍ୱରେ ଏନ୍‌ଟିଡି ଦିସସ ଭାବରେ ପାଳନ କରାଯାଉଛି । ଏନ୍‌ଟିଡିରେ ଗୋଦର (ଲିମ୍ଫାଟିକ ଫାଇଲେରିଆସିସ୍‌), କାଲାଜ୍ୱର (ଭିସେରାଲ ଲିଶମେନିୟାସିସ୍‌), କୁଷ୍ଠରୋଗ (ଲେପ୍ରସି), ଡେଙ୍ଗୁ, ଚିକୁନ୍‌ଗୁନିଆ, ରାବିଜ୍ ଭଳି ଦୂରାରୋଗ୍ୟ ହୋଇଥାଏ । ସମଗ୍ର ବିଶ୍ୱରେ ପ୍ରତିବର୍ଷ ଅନେକ ଲୋକ ଏହି ସମସ୍ତ ରୋଗରେ ସଂକ୍ରମିତ ହେଉଛନ୍ତି ।

ଡଃ ମିଶ୍ର କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁଯାୟୀ ବିଶ୍ୱରେ ବିଶ୍ୱରେ ପ୍ରାୟ ୧.୭ ବିଲିଅନ ଲୋକଙ୍କୁ ପ୍ରଭାବିତ ହେଉଛନ୍ତି । ପ୍ରତି ୫ ଜଣରେ ଜଣେ ବ୍ୟକ୍ତି ଏହି ଏନ୍‌ଟିଡି ରୋଗରେ ଆକ୍ରାନ୍ତ । ଭାରତରେ ମଧ୍ୟ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଲୋକ ଏନ୍‌ଟିଡି ରୋଗଗୁଡିକରେ ସଂକ୍ରମିତ ହେଉଥିବାରୁ ଜୀବନରେ ସେମାନେ ଅନେକ ଯନ୍ତ୍ରଣାର ସାମନା କରୁଛନ୍ତି । ଏପରିକି ଅଧିକାଂଶ ଲୋକ ବିକଳାଙ୍ଗ ବି ହୋଇଯାଉଛନ୍ତି । ତେଣୁ ସେମାନେ ଜୀବିକା ଉପାର୍ଜନ କରିବାରେ ଅକ୍ଷମ ହୋଇଯାଉଛନ୍ତି । ସେମାନଙ୍କର ଆର୍ôଥକ ଓ ସାମାଜିକ ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇଯାଉଛି । ଏହା ଅତ୍ୟନ୍ତ ମାରାତ୍ମକ ରୋଗ । ପ୍ରତ୍ୟେକଙ୍କ ଶିକ୍ଷା, ପୋଷଣ ଏବଂ ଆର୍ôଥକ ବିକାଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । ତେଣୁ ରୋଗ ନିୟନ୍ତ୍ରଣ ପାଇଁ ସାମଗ୍ରିକ ପଚେଷ୍ଟା କରିବା ଆବଶ୍ୟକତା ରହିଛି ବୋଲି ଡ. ମିଶ୍ର ପ୍ରକାଶ କରିିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking