18.1 C
Bhubaneswar
Saturday, November 23, 2024
Homeଓଡିଶାବିଦ୍ୟୁତ୍ ଆଘାତରେ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ରାସ୍ତାରୋକ

ବିଦ୍ୟୁତ୍ ଆଘାତରେ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ରାସ୍ତାରୋକ

 
ସାଲେପୁର : ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବି କରି ରବିବାର ସନ୍ଧ୍ୟାରେ ଶତାଧିକ ଅଞ୍ଚଳବାସୀ କେନ୍ଦ୍ରାପଡ଼ା-ସାଲେପୁର ରାସ୍ତାର କୁଳିଆ ବଜାର ନିକଟରେ ଶବ ରଖି ରାସ୍ତାରୋକ କରିଥିଲେ । ସାଲେପୁର ପୁଲିସ ଓ ବିଦ୍ୟୁତ୍ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଁଚି  ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମୃତକଙ୍କ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ୧୦ହଜାର ଟଙ୍କା ପ୍ରଦାନ କରିବାକୁ କହିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।
ସୂଚନା ଅନୁଯାୟୀ, ସାଲେପୁର ଥାନା ଅନ୍ତର୍ଗତ  ପିକୋଳ ପଞ୍ଚାୟତ ପୂର୍ବ ବଣହରା ଗ୍ରାମର ଗଗନ ମଲ୍ଲିକ(୫୫) ରବିବାର ଅପରାହ୍ଣ ୩ଟା ସମୟରେ ନିଜର ଧାନଚାଷ ଜମିକୁ ଯାଇଥିବା ସମୟରେ ତଳେ ଝୁଲି ରହିଥିବା ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତଳେ ପଡ଼ିଯାଇଥିଲେ । ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ ନେଇଯାଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଗଗନଙ୍କ ଶବ ବ୍ୟବଚ୍ଛେଦ ହୋଇ ନିଜ ଗ୍ରାମକୁ ଫେରିବା ପରେ ସ୍ଥାନୀୟ ଲୋକେ ବିଦ୍ୟୁତ୍ ବିଭାଗର ଖାମଖିଆଲି ନୀତିର ତଦନ୍ତ ଓ ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ଦାବିରେ କୁଳିଆ ବଜାର ନିକଟରେ ଶବ ରଖି ରାସ୍ତାରୋକ କରିଥିଲେ । ଖବର ପାଇ ସାଲେପୁର ଥାନା ଆଇଆଇସି ଦେବେନ୍ଦ୍ର କୁମାର ମଲ୍ଲିକ ଏବଂ ବିଦ୍ୟୁତ୍ ବିଭାଗର କର୍ମକର୍ତ୍ତା ସେଠାରେ ପହଁଚି  ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ରେଡକ୍ରସ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ସହ ସୋମବାର ଆବଶ୍ୟକ ତଦନ୍ତ କରାଯିବ ବୋଲି କହିବାରୁ ରାସ୍ତାରୋକରୁ ଲୋକମାନେ ହଟିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking