27.8 C
Bhubaneswar
Friday, April 19, 2024
Homeଓଡିଶାବିଷାକ୍ତ ଖାଦ୍ୟ ଖାଇ ୧୬ ଛାତ୍ରୀ ଅସୁସ୍ଥ: ୮ ଆଇଜିଏଚରେ ଭର୍ତ୍ତି

ବିଷାକ୍ତ ଖାଦ୍ୟ ଖାଇ ୧୬ ଛାତ୍ରୀ ଅସୁସ୍ଥ: ୮ ଆଇଜିଏଚରେ ଭର୍ତ୍ତି

 
ରାଉରକେଲା: ରବିବାର ଦିନ ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଦଲପୋଷ ସ୍ଥିତ ଇସ୍ପାତ ଆଇଟିଆଇର ପ୍ରାୟ ୧୬ ଜଣ ଛାତ୍ରୀ ରାତିରେ ଖାଦ୍ୟ ଖାଇ ପରେ ଅସୁସ୍ଥ ହୋଇପଡ଼ିଥିଲେ । ଏଥିରୁ ୮ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ଏମାନଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା । ସେମାନେ ବର୍ତ୍ତମାନ ବିପଦମୁକ୍ତ ଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଇସ୍ପାତ ଆଇଟିଆଇରେ ମୋଟ ୯୦ ଜଣ ବାଳକ ଓ ବାଳିକା ଛାତ୍ରବାସରେ ରହୁନ୍ତି । ରବିବାର ସଂଧ୍ୟାରେ ପ୍ରଥମେ ବାଳିକା ମାନଙ୍କୁ ଖାଦ୍ୟ ପରଶା ଯାଇଥିଲା । ସେମାନେ ଭାତ, ଡାଲି ଓ ତରକାରୀ ଖାଇବାର କିଛି ସମୟ ପରେ ପେଟ କାଟିବା ଓ ବାନ୍ତି ହେବା ଅଭିଯୋଗ କରିଥିଲେ । ସେମାନଙ୍କ ମଧ୍ୟରୁ କେତେକଙ୍କର ଅବସ୍ଥା ଗୁରୁତର ହେବାକୁ ତୁରନ୍ତ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଛାତ୍ରୀମାନେ ହେଲେ ସୁନୀତା ମହତୋ, ମମତା ଗଞ୍ଜୁ, ଅନୁପମା ଏକ୍କା, ଆଶା ଡୁଙ୍ଗଡୁଙ୍ଗ୍‌, ପ୍ରେମିକା ସାମଦ, କୃପା ଯୋଯୋ, ସୁନୀତା ଓରାମ ଓ ପ୍ରୀତିମଲ୍ଲିକ ସିନ୍ଦୁର । ତେବେ ଏହା କେଉଁ କାରଣରୁ ହୋଇଛି ତାହାର ତଦନ୍ତ କରାଯାଉଛି । ଆଜି ଚିକିତ୍ସିତ ୮ ଜଣ ଛାତ୍ରୀ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି । ଏ ନେଇ କଲେଜ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking