17.1 C
Bhubaneswar
Friday, January 10, 2025
Homeଖେଳଦିନିକିଆ ବିଶ୍ୱକପ୍ କ୍ୱାଲିଫାୟର୍ସ: ହସରଙ୍ଗାଙ୍କୁ ୫ ୱିକେଟ୍‌, ବେରିଙ୍ଗଟନ୍‌ଙ୍କ ଶତକ

ଦିନିକିଆ ବିଶ୍ୱକପ୍ କ୍ୱାଲିଫାୟର୍ସ: ହସରଙ୍ଗାଙ୍କୁ ୫ ୱିକେଟ୍‌, ବେରିଙ୍ଗଟନ୍‌ଙ୍କ ଶତକ

ଶ୍ରୀଲଙ୍କା ଓ ସ୍କଟ୍‌ଲାଣ୍ଡ୍‌ର ବଡ଼ ବିଜୟ
ବୁଲାୱାୟୋ : ଚଳିତ ଆଇସିସି ଦିନିକିଆ ବିଶ୍ୱକପ୍ କ୍ୱାଲିଫାୟର୍ସରେ ଶୁକ୍ରବାର ଦୁଇଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଶ୍ରୀଲଙ୍କା ଓ ସ୍କଟ୍‌ଲାଣ୍ଡ୍ ବୃହତ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଗୋଟିଏ ପଟେ ଶ୍ରୀଲଙ୍କା ଓମାନ୍‌କୁ ୧୦ ୱିକେଟ୍‌ରେ ପରାସ୍ତ କରିଥିବା ବେଳେ ୟୁଏଇ ବିପକ୍ଷ ଅନ୍ୟତମ ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡ୍ ୧୧୧ ରନ୍‌ରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ ପାଇ ଓମାନ୍ ୩୦.୨ ଓଭର୍‌ରେ ମାତ୍ର ୯୮ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା । ଶ୍ରୀଲଙ୍କା ସ୍ପିନର୍ ୱାନିନ୍ଦୁ ହସରଙ୍ଗାଙ୍କ ବୋଲିଂର ସମ୍ମୁଖୀନ ହୋଇ ନ ପାରିବା ଫଳରେ ଓମାନ୍ ଦଳର କେବଳ ୩ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କରେ ପହଞ୍ଚିପାରିଥିଲେ ।

ଆୟାନ୍ ଖାନ୍ ସର୍ବାଧିକ ୪୧ ରନ୍ କରିଥିବା ବେଳେ ଓପନର ଯତୀନ୍ଦର ସିଂହ ୨୧ ଓ ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍ ଫୟାଜ୍ ବଟ୍ଟ୍ ୧୩ ରନ୍ କରିଥିଲେ । ହସରଙ୍ଗା ୭.୨ ଓଭର୍‌ରେ ମାତ୍ର ୧୩ ରନ୍‌ରେ ୫ଟି ୱିକେଟ୍ ନେଇଥିବା ବେଳେ ଲାହିରୁ କୁମାରା ୩ଟି ଓ କାସୁନ୍ ରଜିତା ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ । ଶ୍ରୀଲଙ୍କା ମାତ୍ର ୧୫ ଓଭର୍‌ରେ ବିନା କୌଣସି ୱିକେଟ୍ ହରାଇ ୧୦୦ ରନ୍ କରି ସହଜ ବିଜୟ ହାସଲ କରିଥିଲା । ଦୁଇ ଓପନର ପାଥୁମ୍ ନିଶଙ୍କା ୫ଟି ଚୌକା ସହ ୩୭ ଓ ଦିମୁଥ୍ କରୁଣାରତ୍ନେ ୮ଟି ଚୌକା ମାଧ୍ୟମରେ ୬୧ ରନ୍ କରିଥିଲେ । ହସରଙ୍ଗା ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ସେହିପରି ପ୍ରଥମେ ବ୍ୟାଟିଂ ପାଇଥିବା ସ୍କଟ୍‌ଲାଣ୍ଡ୍ ଅଧିନାୟକ ରିଚି ବେରିଙ୍ଗଟନ୍‌ଙ୍କ ଶତକ ସହାୟତାରେ ୮ ୱିକେଟ୍‌ରେ ୨୮୨ ରନ୍ କରିଥିଲା । ବେରିଙ୍ଗଟନ୍ ୯ଟି ଚୌକା ଓ ୩ଟି ଛକା ସହ ୧୨୭ ରନ୍ କରିଥିବା ବେଳେ ମାର୍କ ୱପାଟ୍ ୪ଟି ଚୌକା ଓ ୨ଟି ଛକା ମାଧ୍ୟମରେ ଅପରାଜିତ ୪୪ ଏବଂ ମାଇକେଲ୍ ଲିସ୍କ ୩ଟି ଚୌକା ଓ ୨ଟି ଛକା ଜରିଆରେ ୪୧ ରନ୍‌ର ଯୋଗଦାନ ଦେଇଥିଲେ । ୟୁଏଇ ପକ୍ଷରୁ ଜୁନୈଦ୍ ସିଦ୍ଦିକୀ ୩ଟି, ଅଲ୍ ନାସୀର୍ ୨ଟି ଏବଂ ଜହୁର୍ ଖାନ୍ ଓ କାର୍ତ୍ତିକ ମୈୟପ୍ପାନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଦଳ ବ୍ୟାଟିଂରେ ୩୫.୩ ଓଭର୍‌ରେ ମାତ୍ର ୧୭୧ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା । ଦଳ ପକ୍ଷରୁ ଓପନର ତଥା ଅଧିନାୟକ ମହମ୍ମଦ ୱାସିମ୍ ୬ଟି ଚୌକା ସହ ୩୬ ଏବଂ ବାସିଲ୍ ହମୀଦ୍ ୨ଟି ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୩୦ ରନ୍ କରିଥିଲେ । ସ୍କଟ୍‌ଲାଣ୍ଡ୍‌ର ସାଫୟାନ୍ ଶରିଫ୍ ୪ଟି, କ୍ରିସ୍ ସୋଲ୍ ୩ଟି ଏବଂ ବ୍ରେଣ୍ଡନ୍ ମ୍ୟାକ୍‌ମୁଲେନ୍‌, ୱାଟ୍ ଓ କ୍ରିସ୍ ଗ୍ରୀଭ୍‌ସ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ । ବେରିଙ୍ଗଟନ୍‌ଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking