ଗୁଣୁପୁର: ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ଗୁଣୁପୁରରେ ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଜୈବ ପ୍ରଯୁକ୍ତିର ବିଦ୍ୟା ଓ ଦିଲ୍ଲୀ ବିଶ୍ଵବିଦ୍ୟାଳୟ ପରିବେଶ ବିଜ୍ଞାନ ବିଭାଗ ସହ ଅନୁବନ୍ଧିତରେ ” ବାୟୁ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟ ଏବଂ ରୋଗ ପ୍ରତିରୋଧ”ବିଷୟରେ ଦିନିକିଆ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ଅଧୀନରେ ଥିବା ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଭାଗ ଦ୍ଵାରା ପ୍ରୋଯୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ଆୟୋଜକ ଭାବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ଃ ଚିରଶ୍ରୀ ଘୋଷ ଯୋଗଦେଇ ପରିବେଶର ସୁରକ୍ଷା ଏବଂ ମାନବ ସଭ୍ୟତାର ବିକାଶ ଉପରେ ଆଲୋକପାତ କରିଥିଲେ।
ବିଶ୍ଵବିଦ୍ୟାଳୟର ଉପସଭାପତି ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା ଯୋଗଦେଇ ଜଙ୍ଗଲ ସୁରକ୍ଷା ସହ ସୁସ୍ଥ ଜଳବାୟୁ ହିଁ ମଣିଷ ଜୀବନକୁ ସରସିତ କରିଥାଏ ବୋଲି କହିଥିଲେ।ମହନିର୍ଦେଶ ଡ଼ଃ ଜଗଦୀଶ ପଣ୍ଡା ଏହି ଭଳି ପାଠଚକ୍ରର ଆଜିର ଦିନରେ ଆବଶ୍ୟକ ବୋଲି କହିଥିଲେ।କୁଳପତି ଡ଼ଃ ଗୌତମ ଘୋଷ ଯୋଗ ଦେଇ ସହରାଞ୍ଚ ହିଁ ବାୟୁ ପ୍ରଦୂଷଣ ର ମୁଖ୍ୟଉତ୍ସ ତେଣୁ ଏହାକୁ ରୋକିବାରେ ନିମନ୍ତେ ସରକାର ଉପଯୁକ୍ତ ପଦକ୍ଷେପ ନେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ।ଏଥିରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଗବେଷକ ଡ଼ଃ ଶୈଳନ୍ଦ୍ରର କୁମାର,ଭୁବନେଶ୍ୱର ସ୍ଥିତ କ୍ଷେତ୍ରିୟ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର ର ବୈଜ୍ଞାନିକ ଡ଼ଃ ମହେଶ ସାହୁ ଏବଂ ଉତ୍କଳ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଡ଼ଃ ସରୋଜ କୁମାର ସାହୁ ପ୍ରମୁଖ ଏହି ବିଷୟରେ ନିଜ ନିଜର ବ୍ୟକ୍ତଵ୍ୟ ପ୍ରଦାନ କରିଥିଲେ।
ଏହି କର୍ମଶାଳାରେ ଜୈବ ପ୍ରଯୁକ୍ତିର ବିଦ୍ୟାର ଵିଭାଗୀୟ ମୁଖ୍ୟ ଡ଼ଃ ମନୋଜ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ କେମିକାଲ ଇଂଜିନିୟରିଂ ବିଭାଗର ମୁଖ୍ୟ ଡ଼ଃ ରାଧାକୃଷ୍ଣ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।ଅଧ୍ୟାପିକ ଘନିଷ୍ଠା ପୃଷ୍ଠି ମଞ୍ଚ ପରିଚାଳନା କରିଥିଲେ। ଏଥିରେ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ଃ ଏନ ଭି ଜଗନ୍ନାଧା ରାଓ, ସ୍କୁଲ ଅଫ ଇଂଞ୍ଜିନିୟରିଙ୍ଗ ଆଣ୍ଡ ଟେକ୍ନୋଲୋଜି ଡିନ ଏ. ବି .ଶ୍ରୀନିବାସ ରାଓ ,ଡିନ ଏକାଡେ଼ମୀକସ ଡ଼ଃ ଏ ଭି ଏନ ଏଲ ଶର୍ମା ସମେତ ଜୈବ ପ୍ରଯୁକ୍ତିର ବିଦ୍ୟା , କେମିକାଲ ଇଂଜିନିୟରିଂ ବିଭାଗ ଏବଂ ସ୍ନାତକୋତ୍ତର ବିଭାଗର ଅଧ୍ୟାପକ ଅଧ୍ୟାପିକା ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।।