21.1 C
Bhubaneswar
Thursday, January 16, 2025
Homeଅପରାଧଦେଢ ବର୍ଷର ଶିଶୁକୁ ମାଟି ତଳୁ କାଢି ଦୁଷ୍କର୍ମ!

ଦେଢ ବର୍ଷର ଶିଶୁକୁ ମାଟି ତଳୁ କାଢି ଦୁଷ୍କର୍ମ!

ଗାନ୍ଧୀନଗର: ଗୁଜୁରାଟର ସୁରେନ୍ଦ୍ରନଗର ଥାନା ଅଞ୍ଚଳରେ ଜଣେ ଦେଢ ବର୍ଷର ମୃତ ଶିଶୁକୁ ମାଟି ତଳୁ କାଢି ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି ପରିବାର । ଦେଢ ବର୍ଷର ଶିଶୁର ମୃତ୍ୟୁ ଘଟିବା ପରେ ତାକୁ ରୀତିନୀତି ଅନୁଯାୟୀ ମାଟିରେ ପୋତି ଦିଆଯାଇଥିଲା। ମାତ୍ର କେହି ଜଣେ ଦୁର୍ବୃତ୍ତ ମାଟି ତଳୁ ଶିଶୁକୁ କାଢି ଦୁଷ୍କର୍ମ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ମୃତ ଶିଶୁକୁ ଡାକ୍ତରୀ ମାଇନା କରିବା ଲାଗି ନିକଟସ୍ଥ ସରକାରୀ ହସ୍ପିଟାଲକୁ ମୃତଦେହ ପଠାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଶିଶୁଟି ଜନ୍ମ ହେବା ପରେ ହାର୍ଟରେ ଛିଦ୍ର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୫ ତାରିଖରେ ତାର ମୃତ୍ୟୁ ଘଟିଥିଲା ।

ଡାକ୍ତର ଶିଶୁକୁ ମୃତ ଘୋଷିତ କରିବା ପରେ ତାକୁ ରୀତିନୀତ ଅନୁଯାୟୀ ପରିବାର ଅନ୍ତିମ ସଂସ୍କାର କରିଥିଲା । ଅନ୍ତିମ ସଂସ୍କାର ବେଳେ ଶିଶୁକୁ ପରିବାର ପୋଷାକ ପିନ୍ଧାଇଥିଲେ । ଏହାପରେ ଅନ୍ତିମ ସଂସ୍କାର କରିଥିଲେ । ଅନ୍ତିମ ସଂସ୍କାର କରିବା ପରେ ଅନ୍ୟ କୌଣସି ଧାର୍ମିକ ରୀତିନୀତି ଲାଗି ଶିଶୁକୁ ପୋତା ଯାଇଥିବା ସ୍ଥାନକୁ ଯିବା ପରେ ସେଠାରେ ଶିଶୁର ମୃତଦେହ ବାହାରେ ପଡି଼ଥିବା ଦେଖିବାକୁ ମିଳିଥିଲା । ଏହାପରେ ପରିବାର ଥାନାରେ ଅଭିଯୋଗ କରିଛି । ରବିବାର ସବଇନ୍ସପେକ୍ଟର ଭି.ଆ ଖଦିଆ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଶିଶୁର ମୃତଦେହକୁ ମାଟି ତଳୁ କାଢି କେହି ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ମୃତଦେହକୁ ଯାଞ୍ଚ କରିବା ପରେ ଥଙ୍ଗଧ ହସ୍ପିଟାଲ ଡାକ୍ତରମାନେ ମଧ୍ୟ ସ୍ପଷ୍ଟ କରିଛନ୍ତି। ଏବେ ଶିଶୁ ମୃତଦେହର ବ୍ୟବଚ୍ଛେଦ ଲାଗି ପୋଲିସ ରାଜକୋଟ ଫରେନ୍ସିକ ଲ୍ୟାବକୁ ପଠାଇଥିବା କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking