31.7 C
Bhubaneswar
Wednesday, January 22, 2025
Homeଦେଶ ବିଦେଶପୁଣି ଥରେ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମକରଣ କଲା ଚୀନ

ପୁଣି ଥରେ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମକରଣ କଲା ଚୀନ

ଇଟାନଗର: ଅରୁଣାଚଳ ପ୍ରଦେଶ ଉପରେ ଚୀନ ସର୍ବଦା ନିଜର ଦାବି ସାବ୍ୟସ୍ତ କରିଆସିଛି। ପୂର୍ବରୁ ଏହି ରାଜ୍ୟର ଅନେକ ଅଞ୍ଚଳର ନାମକରଣ କରିଥିବା ବେଳେ ଚୀନ ଏବେ ବି ଉଦ୍ୟମ ଜାରି ରଖିଛି। ପୁଣି ଥ‌ରେ ତୃତୀୟ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମକରଣ ଖବର ଆସିଛି। ଏହି ଅଞ୍ଚଳଗୁଡ଼ିକର ନାମକରଣ କରିବା ସହ ଚୀନ ଏହାକୁ “ତିବତ୍‌ର ଦକ୍ଷିଣ ଭାଗ ଜାଙ୍ଗନାନ୍” ବୋଲି କହୁଛି। ଅରୁଣାଚଳ ପ୍ରଦେଶ ଉପରେ ନିଜର ଦାବିକୁ ଗୁରୁତ୍ୱ ଦେବା ପାଇଁ ଚୀନ ଏକ ତୀବ୍ର ପ୍ରୟାସ କରୁଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛି ଭାରତ।

ଭାରତ କହିଛି ଯେ ଏହି ରାଜ୍ୟ ଆମ ଦେଶର ଅବିଚ୍ଛେଦ୍ୟ ଅଙ୍ଗ ରହିଆସିଛି ଏବଂ ଆଗକୁ ବି ରହିବ। ଚୀନର ସିଭିଲ୍ ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ଭୌଗଳିକ ନାମ ତାଲିକାରେ ୨ଟି ବାସସ୍ଥାନ, ଦୁଇଟି ଆବାସିକ କ୍ଷେତ୍ର, ପାଞ୍ଚଟି ପର୍ବତ ଶିଖର ଏବଂ ଦୁଇଟି ନଦୀ ଅନ୍ତର୍ଭୁକ୍ତ। ଗ୍ଲୋବାଲ ଟାଇମ୍ସ ପକ୍ଷରୁ ସୋମବାର ରିପୋର୍ଟ ହୋଇଛି ଅରୁଣାଚଳ ପ୍ରଦେଶ ପାଇଁ ତୃତୀୟ ପର୍ଯ୍ୟାୟ ନାମ ଜାରି କରିଛି ଚୀନ। ୨୦୧୭ ମସିହାରେ ପ୍ରଥମ ବ୍ୟାଚ୍‌ରେ ୬ଟି ନାମ ଘୋଷଣା ହୋଇଥିବା ବେଳେ ୨୦୨୧ ମସିହା ଦ୍ବିତୀୟ ବ୍ୟାଚ୍‌ରେ ୧୫ଟି ସ୍ଥାନର ନାମ ଘୋଷଣା କରିଥିଲା ଚୀନ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking