28.1 C
Bhubaneswar
Friday, July 26, 2024
Homeଦେଶ ବିଦେଶବିବାହ ଦିନ ପ୍ରେମିକ ସହ ଘରୁ ଫେରାର ହେଲା କନ୍ୟା

ବିବାହ ଦିନ ପ୍ରେମିକ ସହ ଘରୁ ଫେରାର ହେଲା କନ୍ୟା

ଲକ୍ଷ୍ନୌ: ମନ ଦେଇ ବସିଥିଲେ ଜଣକୁ । ହୃଦୟର ରାଜାକୁ ଗ୍ରହଣ କଲାଣି ପରିବାର । ଅନ୍ୟ ଜଣେ ଯୁବକଙ୍କ ସହ ବିବାହ କରିବା ପାଇଁ ଠିକ କରିଦେଲେ ପରିବାର ଲୋକେ । ବିବାହ ଦିନ ଫେରାର ହୋଇ ପ୍ରେମିକ ସହ ବିବାହ ରଚିଲା ପ୍ରେମିକା । ଏବେ ସୁରକ୍ଷା ଲୋଡି ପୋଲିସର ଦ୍ୱାର ଖଟଖଟ୍ କରିଛନ୍ତି ପ୍ରେମୀ ଯୁଗଳ । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର କୌଶାମ୍ବୀ ଜିଲ୍ଲାରେ । ସୂଚନା ଅନୁସାରେ, ଉତ୍ତର ପ୍ରଦେଶ କୌଶାମ୍ବୀ ଜିଲ୍ଲା କରରୀ ଥାନ ଅଧୀନସ୍ଥ ଏକ ଗାଁର ଯିବତୀ ଥାନାରେ କରିଥିବା ଅଭିଯୋଗ ଅନୁସାରେ, ସେ ତାଙ୍କ ଗାଁର ଜଣେ ଯୁବକଙ୍କୁ ଭଲ ପାଉଥିଲେ । ଦୁଇ ଜଣଙ୍କ ସମ୍ପର୍କକୁ ତାଙ୍କ ବାପା ବିରୋଧ କରୁଥିଲେ ।

ଏହାସହ ଅନ୍ୟ ଜଣେ ଯୁବକଙ୍କ ସହ ଯୁବତୀଙ୍କ ବିବାହ କରାଇ ଦେବାକୁ ଚାହୁଁଥିଲେ । ଏଥିପାଇଁ ଘରଲୋକ ବିବାହ ଅନ୍ୟ ଯାଗାରେ କରିବା ପାଇଁ ମଧ୍ୟ ସ୍ଥିର କରିଥିଲେ । ବିବାହ ଡିସେମ୍ବର ୭ ତାରିଖ ଗୁରୁବାର ଦିନ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ସେ ଅନ୍ୟ ପୁଅକୁ ବିବାହ କରିବାକୁ ଚାହୁଁନଥିଲେ । ଏହାପରେ ମଧ୍ୟ ଘରଲୋକ ଜବରଦସ୍ତ ବିବାହ କରିବା ପାଇଁ ସ୍ଥିର କରିଥିଲେ । ତେବେ ବିବାହ ଦିନ ସକାଳୁ ସେ ଘରୁ ପାଳାଇ ଫେରାର ହେବା ସହ ଏକ ମନ୍ଦିରରେ ନିଜ ପ୍ରେମିକ ସହ ବିବାହ କରିଥିଲେ । ମନ୍ଦିରରେ ସାତ ଫେରା ନେବା ପରେ ନିଜ ପ୍ରେମିକକୁ ନେଇ ଥାନାକୁ ଆସିଥିଲେ ।

ଏହାସହ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ବେଳେ ପୋଲିସକୁ ନିଜର ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଗୁହାରି କରିଥିଲେ । ସେପଟେ ଜୀବନରୁ ମାରିଦେବାର ଧମକ ଦଉଥିବାରୁ ନିଜ ବାପାଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ ଯୁବତୀ । ତେବେ ଏନେଇ ସର୍କଲ ଅଫିସର ଅଭିଷେକ ସିଂହ କହିଛନ୍ତି, “ପ୍ରେମୀ ଯୁଗଳ ମନ୍ଦିରରେ ବିବାହ କରୁଥିବାର ଏକ ଭିଡିଓ ଆସିଥିଲା । ତଦନ୍ତ ପରେ ଜଣା ପଡିଥିଲା ଯେ, ଦୁଇ ଜଣ କରରୀ ଥାନା ଅଞ୍ଚଳର ବାସିନ୍ଦା । ଦୁହେଁ ଗୋଟିଏ ଗାଁର ହୋଇଥିବା ବେଳେ ଗୋଟିଏ ସମ୍ପ୍ରଦାୟର ମଧ୍ୟ ଥିଲେ । ଏହାସହ ଦୁହେଁ ସାବାଳକ ଥିଲେ । ଆଜି ଅନ୍ୟ ଏକ ଯାଗାରେ ଯୁବତୀଙ୍କ ବିବାହ ପାଇଁ ସ୍ଥିର କରିଥିଲେ ଯୁବତୀଙ୍କ ପରିବାର ଲୋକ । କିନ୍ତୁ ଯୁବତୀ ଜଣଙ୍କ ଘରୁ ପଳାଇ ଏକ ମନ୍ଦିରରେ ନିଜ ପ୍ରେମିକକୁ ବିବାହ କରିଥିଲେ । ଯାହାକୁ ନେଇ ଯୁବତୀଙ୍କ ବାପା ଏଥିରେ ରାଜି ନଥିଲେ । ଏହି ଘଟଣା ଜାଣିବା ପରେ ଯୁବତୀ ଏବଂ ବରପକ୍ଷ ଲୋକ ମଧ୍ୟ ଥାନାରେ ପହଞ୍ଚିଥିଲେ । କିନ୍ତୁ ପୋଲିସ ଦୁଇ ପକ୍ଷକୁ ବୁଝାସୁଝା କରିବା ପରେ ମାମଲା ଶାନ୍ତ ପଡିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking