28.1 C
Bhubaneswar
Friday, July 26, 2024
Homeଓଡିଶା୨୬ରେ ଲୋକସେବା ଭବନ ଘେରିବ କଂଗ୍ରେସ : ଶରତ ପଟ୍ଟନାୟକ

୨୬ରେ ଲୋକସେବା ଭବନ ଘେରିବ କଂଗ୍ରେସ : ଶରତ ପଟ୍ଟନାୟକ

ଭୁବନେଶ୍ବର : ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଭବନରେ ଜିଲ୍ଲା ସଭାପତିମାନଙ୍କୁ ମନ୍ତ୍ର ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ମନମାନୀ, ଅନ୍ୟାୟ ସର୍ବୋପରି ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ରାଜଧାନୀରେ ଗର୍ଜିବ ଦଳ । ୨୬ ଫେବୃଆରୀରେ ଲୋକ ସେବା ଭବନ ଘେରିବାକୁ ଯୋଜନା କରିଛି କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସାରା ଓଡିଶାରୁ କଂଗ୍ରେସ ନେତା ଓ କର୍ମୀ ଏକାଠି ହେବେ । ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବେ ବୋଲି କହିଛନ୍ତି ସେ । ପିସିସି ସଭାପତି କହିଛନ୍ତି ,” ରାଜ୍ୟ ସରକାର ଦୀର୍ଘ ୨୪ବର୍ଷ ହେବ ଶାସନ କରୁଛନ୍ତି । ହେଲେ ଆଜି ବି ଲୋକେ ଅବହେଳିତ । କଂଗ୍ରେସ ଉପରେ ବିଶ୍ୱାସ ରଖିବାକୁ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଉଛି । ବିଜେଡ଼ି ବିଜେପି ଏକ, ସେମାନେ ଓଡିଶାବାସୀଙ୍କ ସହ ଖେଳୁଛନ୍ତି । କଂଗ୍ରେସ ପ୍ରତି ଜନ ସମର୍ଥନ ବୃଦ୍ଧି ପାଉଛି । ଆଗାମୀ ନିର୍ବାଚନରେ ୯ରୁ୯୦ ସଂକଳ୍ପ ସଫଳ ହେବ । ପୁଣି ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ଦୀର୍ଘ ଦିନ ଧରି ଶାସନ କରୁଥିବା ବିଜେଡି ସରକାର ବିରୋଧରେ ଯୁର୍ଦ୍ଧଂଦେହୀ ଡାକରା ଦେଇଛି ରାଜ୍ୟ କଂଗ୍ରେସ । ସାରା ରାଜ୍ୟରେ ଆଗକୁ ତୀବ୍ର ପ୍ରତିବାଦ କରିବ ଦଳ ।”ସେ ଆହୁରି ମଧ୍ୟ କହିଛନ୍ତ ,” ବିଜେଡ଼ି ବିଜେପିର ଭିତରୀ ସମ୍ପର୍କକୁ ଲୋକ ଲୋଚନକୁ ଆଣିବା ପାଇଁ ପ୍ରତୀକାତ୍ମକ ଭାବେ ବିହାଘର ଆୟୋଜନ କରିଥିଲା ଦଳ । ସାରା ରାଜ୍ୟରେ ଏହାକୁ ନେଇ କଂଗ୍ରେସ କର୍ମୀ ଓ ନେତାଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ୨୬ରେ ଭୁବନେଶ୍ୱର ଲୋକସେବା ଭବନ ଘେରାଓ କରାଯିବ । ଏହା ପରେ ରାଜ୍ୟବ୍ୟାପୀ ବିକ୍ଷୋଭ ପଦର୍ଶନ କରାଯିବ ।”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking