31.1 C
Bhubaneswar
Tuesday, July 2, 2024
Homeଓଡିଶାଅଜଣା ଗାଡ଼ି ଧକ୍କାରେ ଓଏମସି କର୍ମଚାରୀଙ୍କ ମୃତ୍ୟୁ

ଅଜଣା ଗାଡ଼ି ଧକ୍କାରେ ଓଏମସି କର୍ମଚାରୀଙ୍କ ମୃତ୍ୟୁ

ବଡ଼ବିଲ: ଅଜଣା ଗାଡ଼ି ଧକ୍କାରେ ଆଜି ଭୋର ୫ଟା ସମୟରେ ଜଣେ କାର୍ଯ୍ୟରତ ଓଏମସି କର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବଡ଼ବିଲ ମହାନ୍ତବସ୍ତିର ଚନ୍ଦ୍ରମଣି ମହାନ୍ତ(୫୫) ଓଏମସି କମ୍ପାନୀର କଳିଙ୍ଗ ଲୁହା କାରଖାନାରେ କର୍ମଚାରୀ ଭାବେ କାମ କରିବାକୁ ଆସୁଥିଲେ।

ଆଜି ତାଙ୍କର ସକାଳ ୬ ଘଟିକରୁ ଅପରାହ୍ନ ୨ ଘଟିକା ଯାଏ ଡିଉଟି ଥିବାରୁ ସେ ୫ ଘଟିକା ସମୟରେ ବଡ଼ବିଲରୁ କଳିଙ୍ଗ ନଗର ଠାରେ ଥିବା ଓଏମସି କମ୍ପାନୀର କଳିଙ୍ଗ ଲୁହା କାରଖାନାକୁ ସ୍କୁଟି ଯୋଗେ ଆସୁଥିବା ସମୟରେ ଏକ ଅଜଣା ଗାଡଡ଼ି ତାଙ୍କ ଉପରେ ମାଡ଼ି ଯାଇଥିଲା ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ବଡ଼ବିଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିବାବେଳେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଦୁର୍ଘଟଣା ଘଟିଥିବା ଗାଡ଼ି ସନ୍ଧାନରେ ଥିବା ବଡ଼ବିଲ ଥାନାଧିକାରୀ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking