25.1 C
Bhubaneswar
Monday, May 4, 2026
Homeଓଡିଶାନବୀନ ନିବାସରେ ଅଲିମ୍ପିକ ବିଜୟୀ ଭାରତୀୟ ହକି ଦଳ

ନବୀନ ନିବାସରେ ଅଲିମ୍ପିକ ବିଜୟୀ ଭାରତୀୟ ହକି ଦଳ

ଭୁବନେଶ୍ୱର :  ଅଲିମ୍ପିକ ରେ ବ୍ରୋଂଜ଼ ପଦକ ବିଜୟୀ ଭାରତୀୟ ହକି ଦଳ । ହକି ଇଣ୍ଡିଆ ସଭାପତି ଶ୍ରୀ ଦିଲୀପ ତୀର୍କୀ ଙ୍କ ନେତୃତ୍ୱ ରେ ଆଜି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ନବୀନ ନିବାସ ରେ ଭେଟି ଶ୍ରୀ ପଟ୍ଟନାୟକ ଖେଳାଳୀ ମାନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଦେଶର ଗୌରବ କୁ ଆହୁରି ଉଚ୍ଚା କୁ ନେବା ପାଇଁ କାମ ଜାରି ରଖିବା ପାଇଁ ଖେଳାଳୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଆଗାମୀ ଅଲମ୍ପିକ ରେ ଓଡିଶା ତଥା ଭାରତ ହକି ରେ ସୁନା ପଦକ ଆଶା ରଖିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଖେଳାଳୀ ମାନଙ୍କୁ ଉପାୟନ ଓ ରୁପା ତାରାକସି ର କୋଣାର୍କ ଚକ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଖେଳାଳୀ ମାନେ ସେମାନଙ୍କ ସ୍ଵାକ୍ଷର ସମ୍ବଳିତ ଜର୍ସି ଶ୍ରୀ ପଟ୍ଟନାୟକ ଙ୍କୁ ପ୍ରଦାନ କରିଥିଲେ। ସମ୍ବର୍ଦ୍ଧନା ର ଉତ୍ତର ଦେଇ ଖେଳାଳୀ ମାନେ କହିଥିଲେ ଯେ ଭାରତୀୟ ହକି ଦଳ ସବୁବେଳେ ଓଡିଶା ତଥା ଓଡିଶା ବାସୀଙ୍କ ନିକଟରେ ନିକଟରେ ସେମାନଙ୍କ ସହଯୋଗ ଓ ସମର୍ଥନ ପାଇଁ କୃତଜ୍ଞ ରହିବ। ଯେତେବେଳେ ହକି ପାଇଁ କେହି ପ୍ରୟୋଜକ ଆଗେଇ ଆସି ନ ଥିଲେ ସେତେବେଳେ ନବୀନ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି ନେଇ ଥିଲେ ଏବଂଓଡିଶା ଭାରତୀୟ ହକି ଦଳ ର sponsorship ଦାୟିତ୍ୱ ନେଇଥିଲା । ଯାହାର ଫଳଶୃତି ସ୍ୱରୂପ ଆଜି ଅଲମ୍ପିକ ରେ ଭାରତୀୟ ହକି ଲଗାତାର ଦୁଇ ଥର ପଦକ ଜିତିବାରେ ସଫଳ ହୋଇ ପାରିଛି। ଓଡିଶା ବାସୀଙ୍କ ସମର୍ଥନ ଯୋଗୁଁ ଭାରତୀୟ ହକି ତାର ହୃତ ଗୌରବ ଫେରି ପାଇଛି ବୋଲି ଖେଳାଳୀ ମାନେ ପ୍ରକାଶ କରିବା ସହ ଶ୍ରୀ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking