କଟକ : ପୁରୁଣା ଗାଡି ଉପରେ ଟିକସ ପ୍ରହାର କରିଛନ୍ତି କେନ୍ଦ୍ର ସରକାର । ପୁରୁଣା ଗାଡ଼ି ସବୁକୁ ହଟେଇବା ବଦଳରେ, ଟିକସରେ ବୃଦ୍ଧି କରାଯାଇଛି । ବିଭିନ୍ନ ଫି ବାବଦକୁ ଦେୟ ୨ରୁ ୮ ଗୁଣା ବଢ଼ିଛି । ଯାହା ପାଇଁ ପୁରୁଣା ଗାଡିର କାଗଜପତ୍ର ନବୀକରଣ ନେଇ ଲୋକେ ଖର୍ଚ୍ଚାନ୍ତ ହେଉଛନ୍ତି । ପୂର୍ବରୁ ୧୫ ବର୍ଷ ପୁରୁଣା ଗାଡି ପାଇଁ ପଞ୍ଜୀକରଣ ବ୍ୟବସ୍ଥାରେ ଜଣଙ୍କୁ ସର୍ବନିମ୍ନ ୧୮୪୦ରୁ ୬ ହଜାର ୪୪୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିଲା ।
ଯାହାକି ଏବେ ୩ ହଜାର ୬୪୦ରୁ ୪୯ ହଜାର ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ଏହି ପରି ଗ୍ରୀନ ଟ୍ୟାକ୍ସ, ଫିଟନେସ ଟ୍ୟାକ୍ସ ଆଦି ବିଭିନ୍ନ ଟିକସରେ ମଧ୍ୟ ବୃଦ୍ଧି ହୋଇଛି । ଚଳିତ ମାସ ପହିଲାରୁ ନୂତନ ପରିବର୍ତ୍ତନ ଫି ଲାଗୁ କରିଛି କେନ୍ଦ୍ର ସଡ଼କ ମନ୍ତ୍ରଣାଳୟ । ତେବେ ପ୍ରଦୂଷଣ ରୋକିବା ନାଁ ରେ ସରକାରଙ୍କ ଜୁଲମ କରୁଛନ୍ତିି ସାଧାରଣ ଜନତାଙ୍କ ଉପରେ ।