27.2 C
Bhubaneswar
Saturday, May 17, 2025
Homeଓଡିଶାହାତୀ ଆକ୍ରମଣରେ ବୃଦ୍ଧ ମୃତ

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ବଅଁରପାଳ: ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ମୃତ୍ୟୁ ଘଟଣା ଥମିବାର ନାମ ନେଉନାହିଁ। ଆଜି ସକାଳେ ପୁଣି ହାତୀ ଆକ୍ରମଣରେ ତୁଳସୀପାଳ ଗ୍ରାମର ଦୁଃଶାସନ ଗୋଛାୟତଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଦୁଃଶାସନ (୫୫) ଆଜି ପାହାନ୍ତାରେ ଘର ବାହାରକୁ ଯାଇଥିବା ବେଳେ ହଠାତ୍ ଏକ ହାତୀ ତାଙ୍କୁ ପାଦରେ ଦଳିଦେଇଥିଲା। ଏହାଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସକାଳେ ଗାଁଲୋକେ ଦୁଃଶାସନ ଗୋଛାୟତଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ସେମାନେ ବନ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking