ବାଲେଶ୍ୱର : ବୃଦ୍ଧାଙ୍କୁ ଝୁଣି ମାରିଦେଲା ପାଗଳ କୁକୁର । ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଜୟନାରାୟଣ ପଞ୍ଚାୟତ ନାରାୟଣପୁର ଗାଁର ଏହି ଅଭାବନୀୟ ଘଟଣା ଘଟିଛି । ମୃତ ବୃଦ୍ଧା ଜଣଙ୍କ ହେଲେ ଗାଁର ବାସନ୍ତି ସାହୁ । ଆଜି ସକାଳେ ବାସନ୍ତି ଘର ବାହାରେ ବସିଥିବା ବେଳେ ଏକ ପାଗଳ କୁକୁର ଆସି ତାଙ୍କୁ ଆକ୍ରମଣ କରିଥିଲା । ବୃଦ୍ଧାଙ୍କ ଶରୀର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ବୃଦ୍ଧାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଦୌଡି ଆସିଥିଲେ । ବୃଦ୍ଧାଙ୍କୁ ଉଦ୍ଧାର କରିବା ସହ ପାଗଳ କୁକୁରଟିକୁ ପିଟିପିଟି ମାରିଦେଲେ । ବୃଦ୍ଧାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ବୃଦ୍ଧାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପକ୍ଷ୍ୟରେ ମୃତକଙ୍କ ପରିବାର ଲୋକଙ୍କୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।