32.1 C
Bhubaneswar
Friday, October 18, 2024
Homeଓଡିଶାସାପ କାମୁଡ଼ାରେ ବୃଦ୍ଧା ମୃତ

ସାପ କାମୁଡ଼ାରେ ବୃଦ୍ଧା ମୃତ

ରେଢ଼ାଖୋଲ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଙ୍ଗପଡ଼ା ଗ୍ରାମର ସରସ୍ବତୀ ନାୟକ (୬୨)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ଶନିବାର ରାତିରେ ସରସ୍ବତୀ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡ଼ି ଥିଲା। ଏକଥା ଜାଣିବା ପରେ ପରିବାର ଲୋକେ ସରସ୍ବତୀଙ୍କୁ କିଶୋରନଗର ଡାକ୍ତରଖାନାକୁ ଆଣିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ରେଢ଼ାଖୋଲ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ରେଢ଼ାଖୋଲ ଥାନା ପୁଲିସ ଡାକ୍ତରଖାନା ପହଞ୍ଚି ଶବକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ରବିବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking