28.1 C
Bhubaneswar
Wednesday, June 11, 2025
Homeଅପରାଧବୃଦ୍ଧଙ୍କୁ ହତ୍ୟା କରିବା ପରେ ଜାଳିଦେଲେ ଦୁର୍ବୃତ୍ତ; ପାଳଗଦାରୁ ମିଳିଲା ଶବ

ବୃଦ୍ଧଙ୍କୁ ହତ୍ୟା କରିବା ପରେ ଜାଳିଦେଲେ ଦୁର୍ବୃତ୍ତ; ପାଳଗଦାରୁ ମିଳିଲା ଶବ

ଖଲ୍ଲିକୋଟ: ଖଲ୍ଲିକୋଟରୁ ଉଦ୍ଧାର ହୋଇଛି ଅର୍ଦ୍ଧଦଗ୍ଧ ବୃଦ୍ଧଙ୍କ ମୃତଦେହ । ରମ୍ଭା ଥାନା ଛୋଟାବଶା ଗାଁ ନିକଟସ୍ଥ ପାଳଗଦାରୁ ମୃତଦେହ ଉଦ୍ଧାର କରାଯାଇଛି । ଖବର ମିଳିବା ପରେ ଘଟଣାସ୍ଥଳରେ ରମ୍ଭା ଥାନା ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ପ୍ରାଥମିକ ତଦନ୍ତରୁ ମୃତକଙ୍କ ପରିଚୟ ମିଳିଥିବା ବେଳେ ସେ କାଳୁଆବାଲି ଗାଁର ବୋଲି ଜାଣିବାକୁ ମିଳିଛି । ଗତକାଲିଠୁ ସେ ନିଖୋଜ ଥିବା ବେଳେ ଆଜି ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ଏହାପରେ ପରିବାର ଏ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି । କେହି ତାଙ୍କ ହତ୍ୟା କରିବା ପରେ ଜାଳିଦେବାକୁ ଚେଷ୍ଟା କରିଥିବା କହିଛନ୍ତି ମୃତକଙ୍କ ପରିବାର ଲୋକେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking