28.3 C
Bhubaneswar
Sunday, May 12, 2024
Homeଅପରାଧପୂର୍ବ ଶତ୍ରୁତାରୁ ବୃଦ୍ଧଙ୍କୁ ନିର୍ମମ ହତ୍ୟା

ପୂର୍ବ ଶତ୍ରୁତାରୁ ବୃଦ୍ଧଙ୍କୁ ନିର୍ମମ ହତ୍ୟା

ଖୋର୍ଦ୍ଧା: ପୂର୍ବ ଶତ୍ରୁତାକୁ ନେଇ ବୃଦ୍ଧଙ୍କୁ ନିର୍ମମ ହତ୍ୟା । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ମାଣିବନ୍ଧ ପଞ୍ଚାୟତ ବଡନୂଆଁପଲ୍ଲୀ ଗ୍ରାମର ନୂଆସାହି ଗ୍ରାମରେ ଘଟିଛି ଏହି ହତ୍ୟାକାଣ୍ଡ । ଜଣେ ଆଦିବାସୀ ବୃଦ୍ଧଙ୍କୁ ସେହି ଗ୍ରାମର ଜଣେ ଯୁବକ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ସୂଚନା ଅନୁଯାୟୀ, ବେଗୁନିଆ ଥାନା ଅନ୍ତର୍ଗତ ନୂଆସାହି ଗ୍ରାମର ଶିବ ସ୍ୱାଇଁ କବାଡିଆ ବେପାର କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । କିଛି ଦିନ ପୂର୍ବରୁ ସେହି ଗ୍ରାମର ବିଶ୍ବଜିତ ରାୟଙ୍କ ସହ କୌଣସି କାରଣକୁ ନେଇ ଶିବଙ୍କ ବିବାଦ ଉପୁଜିଥିଲା । ତେବେ ଗତକାଲି(ଶନିବାର) ରାତି ପ୍ରାୟ ୯.୩୦ ସମୟରେ ଶିବ କବାଡିଆ ବେପାର ସାରି ଗାଁକୁ ଆସି ଅଭିଯୁକ୍ତ ବିଶ୍ବଜିତର ଘରପାଖ ତେଜରାତି ଦୋକାନରୁ ସାମଗ୍ରୀ କିଣୁଥିଲେ । ସେହି ସମୟରେ ବିଶ୍ବଜିତ ତାଙ୍କୁ ଦେଖି ଯୁକ୍ତି ଆରମ୍ଭ କରିଥିଲା । ଏହାପରେ ବିଶ୍ବଜିତ ହଠାତ୍ ରାଗିଯାଇ ଶିବଙ୍କୁ ଘରକୁ ନେଇ କାଠ ଫାଳିଆ ଓ କଟୁରୀରେ ଆକ୍ରମଣ କରିଥିଲା ଫଳରେ ଶିବ ଚେତାଶୂନ୍ୟ ହୋଇଯାଇଥିଲେ ।

ତେବେ ଏହି ଘଟଣା ସମ୍ପର୍କରେ ଗ୍ରାମବାସୀ କେହି ମୁହଁ ଖୋଲୁ ନଥିବା ବେଳେ ଆଜି ସକାଳୁ ପୋଲିସ ଖବର ପାଇ ଗ୍ରାମରେ ପହଞ୍ଚି ଥିଲା । ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି ଯୁଗଳ କିଶୋର, ଏସଡିପିଓ ଦିଲ୍ଲୀପ ଦାସ ଓ ବେଗୁନିଆ ଥାନା ଅଧିକାରୀ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଜବତ କରିଥିଲେ । ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ବିଶ୍ବଜିତ ରାୟକୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି ପୋଲିସ । ତେବେ ପୂର୍ବ ଶତ୍ରୁତା ନା ହତ୍ୟାକାଣ୍ଡ ପଛରେ ଅନ୍ୟ କିଛି କାରଣ ଅଛି ତାହାର ତଦନ୍ତ କରୁଛି ପୋଲିସ । ସେହିଭଳି ଏହି ହତ୍ୟାକାଣ୍ଡରେ ବିଶ୍ବଜିତ ନା ଆଉ କେହି ସଂପୃକ୍ତ ଅଛନ୍ତି ତାହାର ମଧ୍ୟ ଖୋଳତାଡ଼ କରାଯାଉଛି । ଅନ୍ୟପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking