20.1 C
Bhubaneswar
Thursday, January 9, 2025
Homeଓଡିଶାଓଳାଶୁଣି ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଳାଶୁଣି ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଯାଜପୁର: ଆସନ୍ତା ଜାନୁୟାରୀ ମାସ ୧୮ ତାରିଖ ରୁ ଆରମ୍ଭ ହେବାକୁ ଥିବା ଓଡିଶା ପ୍ରସିଦ୍ଧ ଓଳାଶୁଣି ମେଳା ପାଇଁ ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ଓଳାଶୁଣୀ ପୀଠ ଗଣେଷ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଚ୍ଥି । ଯାଜପୁର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଳିକ ଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ବୈଠଳରେ ମେଳା ସମ୍ୱନ୍ଧୀୟ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ବୈଠକରେ ବଡଚଣାର ମାନ୍ୟବର ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗଦେଇ କହିଲେ ଯେ, ଓଳାଶୁଣି ମେଳା ଏକ ସ୍ଥାନୀୟ କାର୍ଯ୍ୟକ୍ରମ ନୁହେଁ । ଏହା ରାଜ୍ୟର ପ୍ରସିଦ୍ଧ ମେଳା । ଆଖ ପାଖ ୩ ଗୋଟି ଜିଲ୍ଲାର ଶ୍ରଦ୍ଧାଳୁଙ୍କ ସମେତ ହଜାର ହଜାର ସାଧୁ ସନ୍ଥ ଏହି ମେଳାରେ ସମାଗମ ହୋଇଥାନ୍ତି । ଏଣୁ ଏ କାର୍ଯ୍ୟକ୍ରମରେ ମେଳା କମିଟି, ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଜନ ସାଧାରଣ ଏବଂ ଜନ ପ୍ରତିନିଧି ମାନଙ୍କର ମିଳିତ ସହଯୋଗ ଆବଶ୍ୟକ । ମେଳାରେ ୧୦ ଦିନ ଧରି ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେତୁ ସ୍ୱଚ୍ଚ୍ଥତା ଓ ପରିମଳ ଊପରେ ବିଶେଷ ଧ୍ୟାନ ଦେବା ଦରକାର । ସେହିପରି ଆଇନ ଶୃଙ୍ଖଳା ପରିସ୍ଥିତି, ନିରବଚ୍ଚ୍ଥିନ୍ନ ବିଦ୍ୟୁତ ଯୋଗାଣ, ସ୍ୱାସ୍ଥ୍ୟ ସେବା, ଟ୍ରାପିଂକ୍‌ ବ୍ୟବସ୍ଥା ଆଦିକୁ ପ୍ରଶାସନିକ ସ୍ତରରେ ସଜାଡିବାକୁ ବିଧାୟକ ଶ୍ରୀ ଶତପଥୀ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମଲ୍ଲିକ କହିଲେ ଯେ, ମେଳା ରପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗ କରିବ । ପ୍ରଶାସନ ତରପଂରୁ ପାନୀୟ ଜଳ ଯୋଗାଣ, ପରିମଳ, ଟ୍ରାପିଂକ ବ୍ୟବସ୍ଥା, ଆଇନ ଶୃଙ୍ଖଳା ରକ୍ଷା, ଦମକଳ କେନ୍ଦ୍ର ସ୍ଥାପନ କରିବାକୁ ପଦକ୍ଷେପ ମାନ ନିଆଯିବ । ପାହାଡର ଶୀର୍ଷରେ ଓ ପାଦ ଦେଶରେ ପୋଲିସ ଆଉଟପୋଷ୍ଟ ରହିବା ସହ ଚ୍ଥିନ୍‌ତାଇ ରୋକିବାକୁ ସାଦା ପୋଷାକଧାରୀ ପୋଲିସ ନିୟୋଜିତ ରହିବେ । ମେଳାରେ ବେଆଇନ ମଦ ବିକ୍ରି ଉପରେ ଚଢାଉ କରାଯିବା ସହ ମଦ୍ୟପ ମାନଙ୍କ ଉପରେ ତୀକ୍ଷ୍ମ ନଜର ରଖାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ସେହିପରି ମେଳାର ଅବ୍ୟବହିତ ପୂର୍ବରୁ ରାସ୍ତା ମରାମତି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯିବ । ସର୍ବୋପରି ମେଳାକୁ ସର୍ବାଙ୍ଗ ସୁନ୍ଦର ଓ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ସମସ୍ତଙ୍କୁ ନିବେଦନ କରିଥିଲେ । ବୈଠଳରେ ଅନ୍ୟ ମାନଙ୍କ ମଧ୍ୟରେ ମଠର ମହନ୍ତ ନାମାନନ୍ଦ ଦାସ, ଯାଜପୁର ଊପଜିଲ୍ଲାପାଳ ଗୋପିନାଥ କୁଅଁର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଲିକ, ଦର୍ପଣ ତହସିଲଦାର ଶୁଭଦର୍ଶନ ମିଶ୍ର, . ସଂଜୟ ପଟ୍ଟନାୟକ, ବାଲିଚନ୍ଦ୍ରପୁର ଥାନା ଅଧିକାରୀ ରମାକାନ୍ତ ମୁଦୁଲି, ଅବକାରୀ ଅଧିକ୍ଷକ ଅଜୟ କୁମାର ଜେନା, ଚଣ୍ଡିଖୋଲ ଅଗ୍ନିଶମ ଅଧିକାରୀ ରମାକାନ୍ତ ମଲ୍ଳିକ, ଓଳାଶୁଣି ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ଶୁଭେନ୍ଦ ଭୂୟାଁ , ସ୍ଥାନୀୟ ଜନ ପ୍ରତିନିଧି ଓ ସ୍ୱେଚ୍ଚ୍ଥସେବୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking