21.1 C
Bhubaneswar
Wednesday, January 14, 2026
Homeଓଡିଶାପୋଲାଭରମ ମିଳିତ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ଆସନ୍ତା ୨୮ରେ ମୋଟୁ ଠାରେ ବିଶାଳ ଗଣ ସମ୍ମିଳନୀ

ପୋଲାଭରମ ମିଳିତ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ଆସନ୍ତା ୨୮ରେ ମୋଟୁ ଠାରେ ବିଶାଳ ଗଣ ସମ୍ମିଳନୀ

– ବିଶାଳ ଗଣ ସମ୍ମିଳନୀକୁ ବିଜେଡିର ସମର୍ଥନ
– ପ୍ରଥମ ଦିନରୁ ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ଆସୁଛି ବିଜେଡି

ଭୁବନେଶ୍ୱର:  ପୋଲାଭରମ ମିଳିତ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ମାଲକାନଗିରି ଜିଲ୍ଲାର ମୋଟୁ ଠାରେ ଏକ ବିଶାଳ ଗଣ ସମ୍ମିଳନୀ ଆସନ୍ତା ଫେବୃଆରୀ ୨୮ ତାରିଖରେ ଅନୁଷ୍ଠିତ ହେବ ବୋଲି ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ମୁଖପାତ୍ର ଶ୍ରୀ ଭୃଗୁ ବକ୍ସିପାତ୍ର ସୂଚନା ଦେଇଛନ୍ତି। ଶ୍ରୀ ବକ୍ସିପାତ୍ର କହିଥିଲେ, ପୋଲାଭରମ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ, ମାଲକାନଗିରି ଜିଲ୍ଲାର ମୋଟୁ ଓ ପଡିଆ ବ୍ଲକର ୧୨ଟି ପଞ୍ଚାୟତ ମଧ୍ୟରେ ଆସୁଥିବା ପ୍ରାୟ ଅନେକ ଗ୍ରାମ ଜଳମଗ୍ନ ହେବ।

ଏହି ପ୍ରକଳ୍ପ ଆରମ୍ଭ ହେବା ଦିନ ଠାରୁ ବିଜୁ ଜନତା ଦଳ ବିରୋଧ କରିଆସୁଛି। ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥôବ । ସମୟରେ, ସେ ବାରମ୍ୱାର ପତ୍ର ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ପୋଲାଭରମ ସମ୍ପର୍କରେ କେନ୍ଦ୍ର କି ଆନ୍ଧ୍ର କୌଣସି ଏକପାଖିଆ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏହା ସତ୍ତ୍ୱେ, କେନ୍ଦ୍ର ସରକାର ଗତ ଦୁଇଟି ବଜେଟରେ ପୋଲାଭରମ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରାୟ ୧୭,୦୦୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ବିଜୁ ଜନତା ଦଳ ସବୁ ସମୟରେ ପୋଲାଭରମ ବିରୋଧରେ ସ୍ୱର ଉତ୍ତୋଳନ କରିଆସୁଛି।

ଏହି ପ୍ରକ୍ରିୟାରେ, ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମନୋନୀତ ଏକ ପ୍ରତିନିଧି ମଣ୍ଡଳୀ ପୋଲାଭରମ ପ୍ରକଳ୍ପ ସ୍ଥଳ ଓ ଏଥିରେ ପ୍ରଭାବିତ ହେବାକୁ ଥିବା ମାଲକାନଗିରିର ମୋଟୁ ଓ ପଡିଆ ଅଞ୍ଚଳ ବୁଲି ସ୍ଥିତିର ସମୀକ୍ଷା କରିବା ସହିତ ଏହାର ଏକ ରିପୋର୍ଟ ଦଳର ସଭାପତିଙ୍କୁ ପ୍ରଦାନ କରିଥିଲେ। ଏହାପରେ, ଏହି ପ୍ରତିନିଧି ମଣ୍ଡଳୀ ଓ ବିଜେଡିର ସମସ୍ତ ୭ ଜଣ ରାଜ୍ୟସଭା ସାଂସଦଙ୍କ ସହ ଦିଲ୍ଲୀରେ କେନ୍ଦ୍ରୀୟ ଜଳ ଆୟୋଗ, କେନ୍ଦ୍ର ପରିବେଶ ମନ୍ତ୍ରାଳୟ, କେନ୍ଦ୍ର ଜଳ ମନ୍ତ୍ରାଳୟର ଅଧିକାରୀ ମାନଙ୍କୁ ଭେଟି ଓଡ଼ିଶାର ପକ୍ଷ ରଖିଥିଲେ। ପୋଲାଭରମ ପ୍ରସଙ୍ଗରେ, ବିଜୁ ଜନତା ଦଳ ସର୍ବଦା ସକ୍ରିୟ ରହିଥିବା ବେଳେ ମୋଟୁ ଠାରେ ପୋଲାଭରମ ମିଳିତ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଆୟୋଜିତ ହେବାକୁ ଥିବା ବିଶାଳ ଗଣ ସମ୍ମିଳନୀକୁ ବିଜୁ ଜନତା ଦଳ ସମର୍ଥନ କରିବା ପାଇଁ ସ୍ୱୀକୃତି ପ୍ରଦାନ କରିଛି ବୋଲି ଶ୍ରୀ ବକ୍ସିପାତ୍ର ସୂଚନା ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking