26.1 C
Bhubaneswar
Sunday, November 24, 2024
Homeଓଡିଶାରାଜ୍ୟରେ ୨୪ ରୁ ହାଲୁକା ବର୍ଷା

ରାଜ୍ୟରେ ୨୪ ରୁ ହାଲୁକା ବର୍ଷା

ଭୁବନେଶ୍ୱର : ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ଓ ଖରାଟିଆ ପାଗ ରହିବ। ୨୪ ତାରିଖରେ ପାଗରେ ପରିବର୍ତ୍ତନ ଆସି କିଛି ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଗୁରୁବାର କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ବଲାଙ୍ଗିର, କୋରାପୁଟ, ଖୋର୍ଦ୍ଧା, କଟକ, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଘନ କୁହୁଡ଼ି ହେବାର ଆଶଙ୍କା ରହିଛି ବୋଲି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦନାଥ ପଶୁପାଳକ କହିଛନ୍ତି ଯେ ବୁଧବାର ପର୍ଯ୍ୟନ୍ତ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ପବନ ବୋହୁଥିଲା।  ଗୁରୁବାର ଠାରୁ ପବନର ଦିଗ ପରିବର୍ତ୍ତନ ହେବ ।
ଏହା ସହିତ ୨୪ ତାରିଖ ବେଳକୁ ମଧ୍ୟ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ୨୫ ଓ ୨୬ ତାରିଖରେ ପାଗ ମେଘୁଆ ରହିବା ସହିତ କଳାହାଣ୍ଡି ଅଭିବକ୍ତ କୋରାପୁଟ, କଳାହାଣ୍ଡି, ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲାରେ ପାଗ ମେଘୁଆ ରହିବା ସହିତ ହାଲକା ବର୍ଷା ହୋଇପାରେ। ଏହାଦ୍ୱାରା ଦିନର ସର୍ବାଧିକ ତାପମାତ୍ରା କମି କିଛି ସ୍ଥାନରେ ୬ ଡିଗ୍ରୀ ପର‌୍ୟ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ସେହିପରି ଗୁରୁବାର ଠାରୁ ୨୩ ତାରିଖ ପର‌୍ୟ୍ୟନ୍ତ ପଶ୍ଚିମ ଓଡ଼ିଶା ଓ ଉତ୍ତର ପଶ୍ଚିମ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା କ୍ରମଶଃ ୨-୩ ଡିଗ୍ରୀ ବଢ଼ିବ। ସେହିପରି ସର୍ବାଧିକ ତାପମାତ୍ରା ମଧ୍ୟ ୨ ଡିଗ୍ରୀ ପର‌୍ୟ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking