32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶନିର୍ଭୟା ମାମଲା : ଦୋଷୀଙ୍କୁ ଘାରିଛି ମୃତ୍ୟୁର ଭୟ, ଜେଲ୍ କାନ୍ଥରେ ବିନୟ ପିଟୁଛି ମୁଣ୍ଡ

ନିର୍ଭୟା ମାମଲା : ଦୋଷୀଙ୍କୁ ଘାରିଛି ମୃତ୍ୟୁର ଭୟ, ଜେଲ୍ କାନ୍ଥରେ ବିନୟ ପିଟୁଛି ମୁଣ୍ଡ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ଘାରିଲାଣି ମୃତ୍ୟୁର ଭୟ। ମାର୍ଚ୍ଚ ୩ରେ ୪ ଦୋଷୀଙ୍କୁ ଫାଶି ଦିଆଯିବ ବୋଲି ତାରିଖ ଧାର୍ଯ୍ୟ ସରିଛି । ମୃତ୍ୟୁ ଭୟରେ ଦୋଷୀଙ୍କ ମାନସିକ ପରିସ୍ଥିତିବି ବିଗିଡି ଯାଉଛି। ବୁଧବାର ନିର୍ଭୟା କେସର ଅନ୍ୟତମ ଦୋଷୀ ବିନୟ ମୃତ୍ୟୁ ଭୟରେ ଜେଲର କାନ୍ଥରେ ନିଜ ମୁଣ୍ଡକୁ ବାରମ୍ବାର ପିଟିବା ସହ ନିଜକୁ ଆହତ କରିବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ଜେଲର ସୁରକ୍ଷାକର୍ମୀ ତାକୁ ରୋକିଥିଲେ। ଏହା ପରେ ବିନୟର ପ୍ରାଥମିକ ଚିକିତ୍ସା ପରେ ତାକୁ ପୁଣି ଜେଲରେ ବନ୍ଦ କରି ଦିଆଯାଇଛି।
ସୂଚନା ଅନୁଯାୟୀ, ବିନୟର ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି। ନିର୍ଭୟା ଦୋଷୀ ବାରମ୍ବାର ନିଜକୁ ଆହତ କରିବା ପାଇଁ ପ୍ରୟାସ କରୁଥିବାରୁ ଜେଲ୍ ପ୍ରଶାସନ ପକ୍ଷରୁ ସେମାନନଙ୍କ ସେଲ୍ ଆଗରେ ଅନ୍ତରୀଣ ସୁରକ୍ଷା କର୍ମୀଙ୍କ ବନ୍ଦୋବସ୍ଥ କରାଯାଇଛି। ଯାହା ଦ୍ବାରା ସୋମନଙ୍କ ଉପରେ ୨୪ ଘଣ୍ଟା ନଜର ରଖାଯାଇପାରିବ। ଛୋଟ ଛୋଟ କଥାରେ ଦୋଷୀମାନେ ରାଗିଯାଉଛନ୍ତି । କାହା ସହ କଥାବର୍ତ୍ତା କରୁନାହାନ୍ତି। ନିଜ ସେଲ୍ ମଧ୍ୟରେ ଲଗାତାର ନିଜ ରାଗକୁ ଶାନ୍ତ କରିବାପାଇଁ ନିଜ ଶରୀରରେ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking