31.1 C
Bhubaneswar
Friday, October 18, 2024
Homeଓଡିଶାବେଆଇନ ସଂପତ୍ତି ଠାବରେ ଓଡ଼ିଶା ଭିଜିଲାନ୍ସ ଦେଶରେ ଏକ ନମ୍ବର

ବେଆଇନ ସଂପତ୍ତି ଠାବରେ ଓଡ଼ିଶା ଭିଜିଲାନ୍ସ ଦେଶରେ ଏକ ନମ୍ବର

ଭୁବନେଶ୍ୱର : ସାଧାରଣ ଜୀବନରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରରେ ମଧ୍ୟ ଦୁର୍ନୀତି ବିରୋଧରେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି) ତଥ୍ୟ । ଯେଉଁଥିରେ ଆୟ ବହିର୍ଭୂତ ସମ୍ପତ୍ତି ଠାବରେ ଓଡ଼ିଶା ଭିଜିଲାନ୍ସ ଦେଶରେ ସବୁଠୁ ଆଗରେ ରହିଛି । ରୁଜୁ ହୋଇଥିବା ଭିଜିଲାନ୍ସ ମାମଲାରୁ ଏହା ଜଣାପଡିଛି ଯେ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ମାମଲା ରୁଜୁ କରିବାରେ ରେକର୍ଡ କରିଛି ଓଡ଼ିଶା ଭିଜିଲାନ୍ସ । ୨୦୨୨ରେ ଓଡ଼ିଶା ଭିଜିଲାନ୍ସ ସେଲ୍ ପକ୍ଷରୁ ସର୍ବାଧିକ ୮୫ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରାଯାଇଛି, ଯାହା କି ଦେଶରେ ସର୍ବାଧିକ । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି । ୨୦୨୨ରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିବାରେ ଓଡ଼ିଶା ଭିଜିଲାନ୍ସ ଦେଶରେ ପ୍ରଥମ ସ୍ଥାନରେ ଥିବା ବେଳେ କର୍ଣ୍ଣାଟକ ଓ ବିହାର ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି । ଏନସିଆର ବି ତଥ୍ୟ ଅନୁସାରେ କର୍ଣ୍ଣାଟକରେ ୫୬ ଓ ବିହାରର ୪୮ଟି ଆୟ ବହିର୍ଭୂତ ସମ୍ପତ୍ତି ମାମଲା ରୁଜୁ କରାଯାଇଛି । ଏହାଛଡା ଗତବର୍ଷ ଲାଞ୍ଚ ଗ୍ରହଣ କରୁଥିବା ବେଳେ ୧୧୮ ଜଣ ସରକାରୀ କର୍ମଚାରୀଙ୍କୁ ଧରିଥିଲା ଓଡ଼ିଶା ଭିଜିଲାନ୍ସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking