37.1 C
Bhubaneswar
Sunday, June 1, 2025
Homeଓଡିଶାଓଡିଶା ପୌର ବିଧି (ସଂଶୋଧନ) ବିଧେୟକ, 2023

ଓଡିଶା ପୌର ବିଧି (ସଂଶୋଧନ) ବିଧେୟକ, 2023

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ, 5T ନୀତି ମୁତାବକ, ରାଜ୍ୟରେ ଏକ ବଳିଷ୍ଠ ସହଭାଗିତା ଭିତ୍ତିକ ସହରୀ ପ୍ରଶାସନିକ ବ୍ୟବସ୍ଥା ପ୍ରଣୟନ କରିବାପାଇଁ ନିରନ୍ତର ଉଦ୍ୟମ କରି ଆସୁଛନ୍ତି | ଏହି ପରିପ୍ରେକ୍ଷୀରେ ସହରର ଦୁର୍ବଳ ଏବଂ ଅସୁରକ୍ଷିତ ବର୍ଗର ଜନସାଧାରଣଙ୍କ ସଶକ୍ତିକରଣ ନିମନ୍ତେ ଅନେକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି |
ନିତାନ୍ତ ଅବହେଳିତ ଏବଂ ବଂଚିତ ସ୍ଥାନମାନଙ୍କରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ମୌଳିକ ସହରୀ ସେବା ଏବଂ ଆବଶ୍ୟକୀୟ ଭିତ୍ତିଭୁମିକୁ ସୁନିଶ୍ଚିତ କରିବା ନିମନ୍ତେ ଅତୀତରେ ଏହି ଅଞ୍ଚଳମାନଙ୍କରେ ପୌରାଞ୍ଚଳରେ ଖର୍ଚ୍ଚ ହେଉଥିବା ପାଣ୍ଠିରୁ ଅନ୍ତତଃ ୨୫% ବସ୍ତିମାନଙ୍କରେ ଆବଣ୍ଟନ କରିବାପାଇଁ ପୌର ଅଧିନିୟମ ମାନଙ୍କରେ ବ୍ୟବସ୍ଥା କରାଯାଇଛି | ଏତଦ୍ ବ୍ୟତୀତ, ବସ୍ତିବାସିନ୍ଦା ମାନଙ୍କର ଜୀବନଧାରଣର ମାନ ଉନ୍ନତ କରିବା ଏବଂ ବସ୍ତିଗୁଡ଼ିକର ସାମଗ୍ରିକ ଉନ୍ନତ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି |
ମିଶନ ଶକ୍ତି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ଅର୍ଥନୈତିକ ତଥା ସାମାଜିକ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସହରୀ କାର୍ଯ୍ୟକଳାପରେ ସହଭାଗୀତା ଏବଂ ବିଭିନ୍ନ ସେବାକୁ ପ୍ରଭାବଶାଳୀ ଢଙ୍ଗରେ ପ୍ରଦାନ କରିବା ଲକ୍ଷ୍ୟ ରଖି ସେମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଅହରହ ଉଦ୍ୟମ କରାଯାଉଛି | ଏହି ଗୋଷ୍ଠୀଗୁଡିକ ମଧ୍ୟ ସହରୀ ସେବା ଯୋଗାଇବା ଏବଂ ସହରୀ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ପ୍ରାଣପଣେ ଉଦ୍ୟମ କରୁଛନ୍ତି |
ଏଭଳି ପ୍ରଗତିଶୀଳ ପଦକ୍ଷେପଗୁଡ଼ିକର ଫଳାଫଳକୁ ଅଧିକ ଭରସାଯୋଗ୍ୟ ଏବଂ ଚିରସ୍ଥାୟୀ କରିବାପାଇଁ, ଉପରୋକ୍ତ ଗୋଷ୍ଠୀ ତଥା ବର୍ଗର ବ୍ୟକ୍ତି ମାନଙ୍କୁ ଜନସାଧାରଣ ଏବଂ ପୌରପରିଷଦ ମଧ୍ୟରେ ଏକ ନିର୍ଭରଯୋଗ୍ୟ ସେତୁ ଭାବରେ ପ୍ରସ୍ଥାପିତ କରିବା ଅପରିହାର୍ଯ୍ୟ ହୋଇପଡିଛି | ଏତଦ୍ ଦ୍ୱାରା ସହର ପରିଚାଳନା ବ୍ୟବସ୍ଥା ଅଧିକ ସହଭାଗୀଭିତ୍ତିକ ଏବଂ ଜନସାଧାରଣଙ୍କ ଆବଶ୍ୟକତା ପ୍ରତି ସଚେତନ ହେବା ସଂଗେ ସଂଗେ ଏ ସଂକ୍ରାନ୍ତୀୟ ସାମ୍ବିଧାନିକ ଲକ୍ଷ ଉପଯୁକ୍ତ ଭାବେ ହାସଲ ହୋଇ ପାରିବ |
ସମ୍ବିଧାନର ଧାରା 243S ମୁତାବକ ୩ ଲକ୍ଷରୁ ଉର୍ଧ୍ଵ ଜନସଂଖ୍ୟା ବିଶିଷ୍ଟ ପୌରାଞ୍ଚଳମାନଙ୍କରେ ୱାର୍ଡ କମିଟି ଗଠନ କରିବାର ବ୍ୟବସ୍ଥା ଅଛି | ତେବେ ଏହି କମିଟି ଗୁଡିକର ଗଠନ ପଦ୍ଧତି ଏବଂ ରୂପରେଖ ନିର୍ଣ୍ଣୟ କରିବାର କ୍ଷମତା ରାଜ୍ୟ ବିଧାନସଭା ମାନଙ୍କୁ ପ୍ରଦାନ କରାଯାଇଛି |
ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ୱାର୍ଡ କମିଟି ଗୁଡିକୁ ଅଧିକ ଗଣତାନ୍ତ୍ରିକ, ବାସ୍ତବବାଦୀ ଓ ପ୍ରଗତିଶୀଳ କରିବା ନିମନ୍ତେ ସେଗୁଡିକର ଗଠନକୁ ସଂଶୋଧନ କରାଯାଇଛି | ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ପୌରସଂସ୍ଥା ମାନଙ୍କ ଯୋଜନା ଏବଂ କାର୍ଯ୍ୟକ୍ରମ ମାନଙ୍କରେ ସର୍ବସାଧାରଣଙ୍କର ଆଶା ଓ ଆକାଙ୍ଖ୍ୟର ସମୁଚିତ ପ୍ରତିଫଳନ ହୋଇପାରିବ | ଏହାଛଡା ସଂଶୋଧିତ ବ୍ୟବସ୍ଥା ପୋୖରକର୍ମଚାରୀମାନଙ୍କୁ ଲୋକମାନଙ୍କ ନିକଟରେ ଅଧିକ ଉତ୍ତରଦାୟୀ କରିବ ଏବଂ
ପୌର ଆୟ ବ୍ୟୟ ଅଟକଳ ତଥା ଯୋଜନା ପ୍ରସ୍ତୁତିରେ ଜନସାଧାରଙ୍କ ମହତ୍ଵପୁର୍ଣ ଭୂମିକା ଗ୍ରହଣ କରିବ ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସେମାନେ ସହାୟକ ହୋଇ ପାରିବେ |
ବିପର୍ଯୟ ପରିଚାଳନା ଅଧିନିୟମ, ୨୦୦୫ ର ଷଷ୍ଠ ଅଧ୍ୟାୟରେ ଵିପର୍ୟୟ ବିପଦ ହ୍ରାସ ଏବଂ ଵିପର୍ୟୟ ପରିଚାଳନା ନିମନ୍ତେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ସମସ୍ତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି | ପୌର ଅଧିନିୟମର ଧାରା ଗୁଡିକୁ, ଵିପର୍ୟୟ ପରିଚାଳନା ଅଧିନିୟମର ଧାରଗୁଡିକ ସହିତ ସଂହତି ରକ୍ଷା କରିବା ନିମନ୍ତେ ସଂଶୋଧିତ ବିଧେୟକରେ ପ୍ରାବଧାନ କରାଯାଇଛି |
ପୌର ଅଧିନିୟମ ସଂଶୋଧନ ବିଧେୟକ , ୨୦୦୩, ପୌର ସମ୍ବଳ ଆବଣ୍ଟନ କ୍ଷେତ୍ରରେ ସମାନତା ଆଣିବା କ୍ଷେତ୍ରରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ ଏବଂ ପୌର ଶାସନର ଏକ ନିଆରା ମଡେଲ ପ୍ରବର୍ତନ କରିବ ଯାହା ସହରୀ ପ୍ରଶାସନକୁ ସନ୍ତୁଳିତ କରି କେବଳ ସମୟ ସାମୟିକ ଆବଶ୍ୟକତାକୁ ମେଣ୍ଟେଇବ ନାହିଁ ବରଂ ଆଗାମୀ ଦିନମାନଙ୍କରେ ଆବଶ୍ୟକତାକୁ ପୁରଣ କରିବ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking