25.8 C
Bhubaneswar
Saturday, July 27, 2024
Homeଓଡିଶାପୂର୍ବ ଭାରତର ଇଣ୍ଡଷ୍ଟ୍ରିଆଲ ହବ ହେବ ଓଡ଼ିଶା: ଶିଳ୍ପ ମନ୍ତ୍ରୀ

ପୂର୍ବ ଭାରତର ଇଣ୍ଡଷ୍ଟ୍ରିଆଲ ହବ ହେବ ଓଡ଼ିଶା: ଶିଳ୍ପ ମନ୍ତ୍ରୀ

ଭୁବନେଶ୍ୱର : ପୂର୍ବ ଭାରତର ଇଣ୍ଡଷ୍ଟ୍ରିଆଲ ହବ ହେବ ଓଡ଼ିଶା | ଏଥି ପାଇଁ ରାଜ୍ୟ ସରକାର ଅନେକ ବଡ଼ ପଦକ୍ଷେପ ନେଇଛନ୍ତି | ୮୪୮ ବୃହତ ଶିଳ୍ପକୁ ଅନୁମୋଦନ ମିଳିଛି | ଏଥିରୁ କିଛି ଶିଳ୍ପ ଆରମ୍ଭ ହେଲାଣି | ଯେଉଁଥିରେ ୨୧ ଲକ୍ଷ ୭୩ ହଜାର ୮୭୧.୩୪ କୋଟି ପୁଞ୍ଜି ନିବେଶ ହେଉଛି | ଏଥିରେ ୯ ଲକ୍ଷ ୧୪ ହଜାର ୮୯୫ ନିଯୁକ୍ତି ସୃଷ୍ଟି ହେବ | ପ୍ରତି ଦୁଇ ବର୍ଷରେ ଥରେ ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ ହେବ | ଏନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ | ସେ କହିଛନ୍ତି ଯେ ଓଡ଼ିଶାର ଖଣି, ମେରାଇନ, ଶକ୍ତି, କୃଷି ପରି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ନୀତି ହୋଇଛି ଏବଂ ସବୁ ଜିଲ୍ଲାରେ ଗୋଟେ ଇଣ୍ଡଷ୍ଟ୍ରି ହେବ | ଯାଜପୁର କଳିଙ୍ଗନଗର ଷ୍ଟିଲ ହବ, ପାରାଦ୍ୱୀପରେ ପେଟ୍ରୋ କେମିକାଲ ହବ, ସମ୍ବଲପୁର, ରେଙ୍ଗାଲିରେ ଷ୍ଟିଲ ଓ ଆଲୁମିନିଅମ ହବ ହେବ | ଗୋପାଳପୁରରେ ଅକ୍ଷୟ ଶକ୍ତି ଉତ୍ପାଦନ ହବ ହେବ | ସେ କହିଛନ୍ତି ଯେ ଓଡ଼ିଶା ନୀତିକୁ କେନ୍ଦ୍ର ବି ପ୍ରଶଂସା କରିଛି | ପୁଞ୍ଜି ନିବେଶ ପୋର୍ଟାଲରେ ଆବେଦନ କଲେ, ୬୦ ଦିନ ଭିତରେ ପାସ ହେବ | ପ୍ରକଳ୍ପ ପାଇଁ ପୁଞ୍ଜି ନିବେଶରେ ଓଡ଼ିଶା ପ୍ରଥମ ସ୍ଥାନରେ ଅଛି | ଜାତୀୟ ହାର ୨୧-୨୨% ଥିବାବେଳେ ଓଡ଼ିଶାରେ ୪୦% ରହିଛି | ମେକ ଇନ ଓଡ଼ିଶାରେ ୭୪୧ ପ୍ରସ୍ତାବ ଆସିଛି, ଯେଉଁଥିରେ ୪୬୬ ପ୍ରକଳ୍ପ ମଞ୍ଜୁରୀ ପାଇଛି | ଅନେକ ଶିଳ୍ପ ସଂସ୍ଥାକୁ ଜମି ହସ୍ତାନ୍ତର ବି ହୋଇ କାମ ଆରମ୍ଭ ହେଲାଣି | ଷ୍ଟାର୍ଟ ଅପ ନୀତି ବି ଏଥିରେ ବଡ଼ ଭୂମିକା ନେଇଛି | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀମାନେ ମୋହର ମାରିଛନ୍ତି ଯେ ଓଡ଼ିଶା ପୂର୍ବ ଭାରତର ଏକ ନମ୍ବର ଇଣ୍ଡଷ୍ଟ୍ରିଆଲ ହବ | ରପ୍ତାନୀରେ ଦେଶର ଶ୍ରେଷ୍ଠ ୨୫ ଜିଲ୍ଲାରୁ ଝାରସୁଗୁଡା ୨୩ ତମ ସ୍ଥାନରେ ଅଛି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking