30.1 C
Bhubaneswar
Wednesday, February 11, 2026
Homeଓଡିଶାଓଡ଼ିଶା ରାଜ୍ୟ ବିହନ ନିଗମର ୪୬ତମ ବାର୍ଷିକ ସାଧାରଣ ଅଧିବେଶନ

ଓଡ଼ିଶା ରାଜ୍ୟ ବିହନ ନିଗମର ୪୬ତମ ବାର୍ଷିକ ସାଧାରଣ ଅଧିବେଶନ

ଜୈବ-ପୁଷ୍ଟିଯୁକ୍ତ ବିହନ ଉତ୍ପାଦନକୁ ଗୁରୁତ୍ୱ

ଭୁବନେଶ୍ୱର : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଓଡ଼ିଶା ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଡ. ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଆଜି ଓଡ଼ିଶା ରାଜ୍ୟ ବିହନ ନିଗମର ୪୬ତମ ବାର୍ଷିକ ସାଧାରଣ ଅଧିବେଶନ ସ୍ଥାନୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସାରା ରାଜ୍ୟରୁ ପ୍ରାୟ ୨୦୦ ଜଣ ବିହନ ଉତ୍ପାଦନକାରୀ ପ୍ରତ୍ୟକ୍ଷ ରୂପେ ଏହି ଅଧିବେଶନରେ ଅଂଶଗ୍ରହଣ କରିଥିଲେ । କୃଷି ଓ କୃଷକଙ୍କ ସମ୍ବନ୍ଧରେ ନିଆଯାଇଥିବା ସରକାରଙ୍କ ପ୍ରମୁଖ ପଦକ୍ଷେପ ଗୁଡ଼ିକ ବିଷୟରେ ଡ. ପାଢୀ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ନିଗମର ବିଭିନ୍ନ ମୂଳ ପ୍ରସଙ୍ଗ ଉପରେ ଆଲୋଚନା କରି ହିତାଧିକାରୀମାନଙ୍କୁ ନିଗମ ସହ ଉପଲବ୍ଧ ସମ୍ବଳ ସହିତ ସେମାନଙ୍କର ଚାହିଦା ପୂରଣ କରିବାକୁ ଏବଂ କୃଷି ସମ୍ପ୍ରଦାୟ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାରେ ସାହାଯ୍ୟ କରିବାକୁ ଡ. ପାଢ଼ୀ ଆଶ୍ୱାସନା ଦେଇଥିଲେ ।

ଅଧ୍ୟକ୍ଷ ଡ. ପାଢ଼ୀ ତାଙ୍କ ଅଭିଭାଷଣରେ ରାଜ୍ୟରେ ଧାନ ବ୍ୟତୀତ ଅନ୍ୟ ଫସଲର ବିହନ ଉତ୍ପାଦନ ତଥା କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଉଦ୍ୟାନ କୃଷିକୁ ଆପଣେଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଯେହେତୁ ରାଜ୍ୟ ଭିତରେ ଧାନ ବିହନ ବହୁଳ ଭାବରେ ଚାଷ କରାଯାଏ, ତେଣୁ ସେ ବଜାରଯୋଗ୍ୟ ଜୈବ-ପୁଷ୍ଟିଯୁକ୍ତ (ବାୟୋ ଫରଟିଫାଏଡ୍‌) ବିହନ ଉତ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । କୃଷି ସମ୍ପ୍ରଦାୟକୁ ସେବା ଯୋଗାଇବାବେଳେ ଅଧିକାରୀଙ୍କ କାର୍ଯ୍ୟରେ ଶୂନ୍ୟ ସହନଶୀଳତା ଏବଂ ସ୍ୱଚ୍ଛତା ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଏବଂ ଏଥିପାଇଁ ବିହନ ଉତ୍ପାଦନ ଉଦ୍ୟୋଗ ସ୍ଥାପନ ପାଇଁ ଅଂଶୀଦାର କୃଷକମାନଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ ।
ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭବେଶ କୁମାର ନାୟକ, ନିଗମର କାର୍ଯ୍ୟକଳାପ ଓ ନିଗମକୁ ଭବିଷ୍ୟତରେ ଅଧିକାରୀ କ୍ରିୟାଶୀଳ କରିବା ନେଇ ରହିଥିବା କାର୍ଯ୍ୟପନ୍ଥା ଓ ଲକ୍ଷ୍ୟ ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ORISEED ବ୍ରାଣ୍ଡକୁ କୃଷକମାନଙ୍କ ମଧ୍ୟରେ ଲୋକପ୍ରିୟ କରାଇବାକୁ ଆହ୍ୱାନ ଦେଇଥିଲେ । ଅଂଶୀଦାର ପ୍ରତିନିଧି ନିର୍ଦ୍ଦେଶକ ଶ୍ରୀ ଅଶୋକ କୁମାର ବରାଳ ବିହନ ବାଣ୍ଟିବା ପାଇଁ ଗୁଣାତ୍ମକ ମଞ୍ଜିଗୁଡିକର ଉତ୍ପାଦନ ଉପରେ ଆଲୋକପାତ କରିଥିଲେ ଏବଂ ରାଜ୍ୟରେ ବିହନ ହାର ବଢାଇବା ପାଇଁ ORISEED ବ୍ରାଣ୍ଡ ବ୍ୟବହାର ସହ ଏହାର ଗୁଣବତ୍ତାର ରକ୍ଷଣାବେକ୍ଷଣକୁ ନିର୍ଦ୍ଦିଷ୍ଟ ଗୁରୁତ୍ୱ ଦେଇ ବିହନ ଫେରସ୍ତ ହ୍ରାସ ନିମନ୍ତେ ସମସ୍ତ ଅଂଶୀଦାରମାନଙ୍କୁ କହିଥିଲେ । ବୈଠକରେ ଓଡ଼ିଶା ରାଜ୍ୟ ବିହନ ଓ ଜୈବ ଉତ୍ପାଦ ପ୍ରମାଣନ ସଂସ୍ଥାର ନିର୍ଦ୍ଦେଶକ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଡ଼ିନ୍‌ (ଗବେଷଣା) ତଥା କୃଷି ବିଭାଗର ବହୁ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking