ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ପକ୍ଷରୁ ଅତିରିକ୍ତ ଋଣ ନେବା ପାଇଁ ଅନୁମତି ଆକାରରେ ଆର୍ôଥକ ପ୍ରୋତ୍ସାହନ ପ୍ରଦାନ କରି ରାଜ୍ୟମାନଙ୍କ ଦ୍ୱାରା ବିଦ୍ୟୁତ କ୍ଷେତ୍ରରେ ସଂସ୍କାରକୁ ପ୍ରୋତ୍ସାହନ ଦିଆଯାଇଛି । ବିଦ୍ୟୁତ କ୍ଷେତ୍ରରେ ଦକ୍ଷତା ଓ କାର୍ଯ୍ୟ ପ୍ରଦର୍ଶନକୁ ବଢ଼ାଇବା ଲାଗି ସଂସ୍କାର ଆରମ୍ଭ କରିବାରେ ରାଜ୍ୟମାନଙ୍କୁ ପ୍ରୋତ୍ସାହିତ କରିବା ଓ ସମର୍ଥନ ଯୋଗାଇ ଦେବା ଏହି ପଦକ୍ଷେପର ଉଦ୍ଦେଶ୍ୟ । କେନ୍ଦ୍ରୀୟ ବଜେଟ୍ ୨୦୨୧-୨୨ରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଏହି ପଦକ୍ଷେପ ଘୋଷଣା କରିଥିଲେ । ବିଦ୍ୟୁତ ମନ୍ତ୍ରାଳୟର ସୁପାରିସ ଆଧାରରେ ଅର୍ଥ ମନ୍ତ୍ରାଳୟ ୧୨ଟି ରାଜ୍ୟକୁ ୨୦୨୧-୨୨ ଏବଂ ୨୦୨୨-୨୩ରେ କାର୍ଯ୍ୟକାରୀ କରାଯାଇଥିବା ସଂସ୍କାରକୁ ଅନୁମତି ଦେଇଛି ।
ବିଗତ ଦୁଇଟି ଆର୍ôଥକ ବର୍ଷରେ ଏସବୁ ରାଜ୍ୟମାନଙ୍କୁ ଅତିରିକ୍ତ ଋଣ ଅନୁମତି ମାଧ୍ୟମରେ ୬୬,୪୧୩ କୋଟି ଟଙ୍କାର ଆର୍ôଥକ ସମ୍ବଳ ସଂଗ୍ରହ କରିବା ଲାଗି ଅନୁମତି ଦିଆଯାଇଛି । ଏହି କ୍ରମରେ ଓଡ଼ିଶାକୁ ୨୭୨୫ କୋଟି ଟଙ୍କାର ଆର୍ôଥକ ପ୍ରୋତ୍ସାହନ ରାଶି ମଞ୍ଜୁର କରାଯାଇଛି । ଆନ୍ଧ୍ର ପ୍ରଦେଶକୁ ୯୫୭୪, ଆସାମ ୪୩୫୯, ହିମାଚଳ ପ୍ରଦେଶ ୨୫୧, କେରଳ ୮୩୩୨, ମଣିପୁର ୧୮୦, ମେଘାଳୟ ୧୯୨, ରାଜସ୍ଥାନ ୧୧,୩୦୮, ସିକ୍କିମ ୩୬୧, ତାମିଲନାଡ଼ୁ ୭,୦୫୪, ଉତ୍ତର ପ୍ରଦେଶ ୬,୮୨୩, ଓ ପଶ୍ଚିମବଙ୍ଗ ୧୫,୨୬୩ କୋଟି ପାଇଛନ୍ତି । ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପାଇଁ ଆର୍ôଥକ ପ୍ରୋତ୍ସାହନ ଦେବାର ପ୍ରାରମ୍ଭିକ ଉଦ୍ଦେଶ୍ୟ ହେଉଛି ଏହି କ୍ଷେତ୍ର ମଧ୍ୟରେ ପରିଚାଳନା ଓ ଆର୍ôଥକ ଦକ୍ଷତାରେ ସୁଧାର ଆଣିବା ଏବଂ ପରିଶୋଧ କରାଯାଇଥିବା ବିଦ୍ୟୁତ ଉପଯୋଗରେ ନିରନ୍ତର ବୃଦ୍ଧିକୁ ପ୍ରୋତ୍ସାହନ ଦେବା । ପ୍ରୋତ୍ସାହନ ପାଇବାକୁ ଯୋଗ୍ୟ ହେବା ଲାଗି ରାଜ୍ୟ ସରକାରମାନଙ୍କୁ ବାଧ୍ୟତାମୂଳକ ସଂସ୍କାରର ସେଟ୍ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ଏବଂ ନିର୍ଦ୍ଧାରିତ ପ୍ରଦର୍ଶନ ମାନଦଣ୍ଡକୁ ପୂରଣ କରିବା ଜରୁରି ।
ଆବଶ୍ୟକ ସଂସ୍କାରରେ ନିମ୍ନଲିଖିତ ଦିଗକୁ ସାମିଲ କରାଯାଇଛି :
* ରାଜ୍ୟ ସରକାରଙ୍କ ଦ୍ୱାରା ସରକାରୀ ବିଦ୍ୟୁତ ବିତରଣ କମ୍ପାନୀ (ଡିସକମ)ର କ୍ଷତି ପାଇଁ ଉତ୍ତୋରତ୍ତର ଦାୟିତ୍ୱ ଗ୍ରହଣ ।
* ସବସିଡି ପରିଶୋଧ ତଥା ଡିସକମ ପ୍ରତି ସରକାର ଏବଂ ଡିସକମର ଦେୟତାକୁ ଉଲ୍ଲେଖ କରିବା ସହିତ ବିଦ୍ୟୁତ କ୍ଷେତ୍ରରେ ଆର୍ôଥକ ବ୍ୟାପାର ରିପୋର୍ଟିଂରେ ପାରଦର୍ଶିତା ।
* ଆର୍ôଥକ ଓ ଇନ୍ଧନ ଏକାଉଣ୍ଟର ସମୟୋପଯୋଗୀ ପ୍ରସ୍ତୁତି ଏବଂ ଠିକ୍ ସମୟରେ ଅଡିଟିଂ ।
* ଆଇନଗତ ଓ ନିୟାମକ ଆବଶ୍ୟକତାର ଅନୁପାଳନ ।
ଏହି ସଂସ୍କାରକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ପରେ ପ୍ରୋତ୍ସାହନ ରାଶି ପାଇଁ ଯୋଗ୍ୟତା ନିର୍ଦ୍ଧାରିତ କରିବା ଲାଗି ସ୍ୱତନ୍ତ୍ର ମାନଦଣ୍ଡ ଆଧାରରେ କୌଣସି ରାଜ୍ୟର ପ୍ରଦର୍ଶନ ମୂଲ୍ୟାଙ୍କନ କରାଯିବ ଯାହାକି ପ୍ରଦର୍ଶନ ଆଧାରରେ ସକଳ ଘରୋଇ ଉତ୍ପାଦର ୦.୨୫ ପ୍ରତିଶତ ରୁ ଆରମ୍ଭ କରି ୦.୫ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ ।
ମୂଲ୍ୟାଙ୍କନ ମାନଦଣ୍ଡରେ ସାମିଲ ରହିଛି –
ଏହାବ୍ୟତୀତ ବିଦ୍ୟୁତ ବିତରଣ କମ୍ପାନିର ଘରୋଇକରଣ ଲାଗି ବୋନସ ପଏଣ୍ଟ ପାଇବା ନିମନ୍ତେ ରାଜ୍ୟମାନେ ଯୋଗ୍ୟ ଅଟନ୍ତି ।