25.8 C
Bhubaneswar
Saturday, July 27, 2024
Homeଓଡିଶାମାଲେସିଆରେ ଫସିଥିବା ଓଡ଼ିଆ ଯୁବକଙ୍କୁ ଉଦ୍ଧର କଲା ଓଡ଼ିଶା-ମୋ ପରିବାର

ମାଲେସିଆରେ ଫସିଥିବା ଓଡ଼ିଆ ଯୁବକଙ୍କୁ ଉଦ୍ଧର କଲା ଓଡ଼ିଶା-ମୋ ପରିବାର

କେନ୍ଦ୍ରାପଡ଼ା : ପଟ୍ଟାମୁଣ୍ଡାଇ ଅଞ୍ଚଳର ତାରାକାନ୍ତ ମଲ୍ଲିକ (୪୨ବର୍ଷ) ଦୀର୍ଘ ୭ବର୍ଷ ପୂର୍ବରୁ ଅଧିକ ଟଙ୍କା ରୋଜଗାର କରିବା ପାଇଁ ଜଣେ ଦଲାଲଙ୍କ ପ୍ରରୋଚନାରେ ସୁଦୂର ମାଲେସିଆକୁ ଯାଇଥିଲେ । କିନ୍ତୁ, ସେଠାରେ ପହଞ୍ଚିଲା ପରେ କଥା ଓଲଟା ହୋଇଯାଇଥିଲା । ଯାହାକି, ତାଙ୍କ ପରିବାରବର୍ଗଙ୍କୁ ଏକ ଝଟକା ଲାଗିଥିଲା । ତିନୋଟି ଝିଅଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅସହାୟ ବାପା ଅଧିକ ରୋଜଗାର ଲୋଭରେ ଯାଇ ଏଭଳି ହଟହଟା ହେବ ବୋଲି କେହି ଭାବିନଥିଲେ । ତାରାକାନ୍ତ କାମ କରୁଥିବା କମ୍ପାନୀରେ ସଠିକ୍ ଦରମା ପାଉନଥିଲେ । ତାଙ୍କୁ ଉଭୟ ଶାରୀରିକ ଓ ଆର୍ଥିକ ନିର୍ଯାତନା ଦିଆଯାଉଥିଲା । ଅସହାୟ ହୋଇ ତାରାକାନ୍ତ ପରିବାରକୁ ସବୁ କଥା ଜଣାଇବା ପରେ, ତାଙ୍କ ସାନ ଭାଇ ଓଡ଼ିଶା-ମୋ ପରିବାରର ସହାୟତା ଲୋଡ଼ିଥିଲେ ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ତାରକାନ୍ତଙ୍କୁ ଗ୍ଲୋବାଲ ଓଡ଼ିଆ ଭଲେଣ୍ଟିୟର୍ସର ପ୍ରତିଷ୍ଠାତା ଶ୍ରୀ ସଞ୍ଜୟ ଦଳାଇଙ୍କ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲା । ତାଙ୍କ ଅସହାୟତାକୁ ଦୃଷ୍ଟିରେ ରଖି ତୁରନ୍ତ ତାଙ୍କୁ ଓଡ଼ିଶା ଫେରାଇ ଆଣିବାର ବନ୍ଦୋବସ୍ତ କରାଯାଇଥିଲା । ମାଲେସିଆରେ ରହୁଥିବା ଦୁଇ ଓଡ଼ିଆ ହୃଦାନନ୍ଦ ପଟ୍ଟନାୟକ ଏବଂ ସତ୍ୟ ଦାସ ମଧ୍ୟ ତାଙ୍କୁ ଓଡ଼ିଶା ଫେରାଇବା ପାଇଁ ଅନେକ ଚେଷ୍ଟା କରିଥିଲେ । ଅନ୍ୟପଟେ, ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ ଟିମ୍ ତାଙ୍କୁ ଆଣିବା ପାଇଁ ସମସ୍ତ ଖର୍ଚ୍ଚ ବହନ କରିଥିଲେ ଓ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଓଡ଼ିଶା-ମୋ ପରିବାର ଏବଂ ଶ୍ରୀ ଦଳାଇଙ୍କ ଅଦମ୍ୟ ପ୍ରଚେଷ୍ଟା ପରେ ଆଜି ତାରାକାନ୍ତ ମାଲେସିଆରୁ ଓଡ଼ିଶା ଫେରିଛନ୍ତି ।
ଦୀର୍ଘ ୭ବର୍ଷ ପରେ ତାରାକାନ୍ତଙ୍କୁ ପରିବାରବର୍ଗ ପାଖରେ ପାଇ ଖୁସିରେ ଭାବବିହ୍ଵଳ ହୋଇପଡ଼ିଥିଲେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା-ମୋ ପରିବାର, ଗ୍ଲୋବାଲ ଓଡ଼ିଆ ଭଲେଣ୍ଟିୟର୍ସ ଏବଂ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ ଟିମକୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking