ଭୁବନେଶ୍ୱର: ପୁଣି ଚିନ୍ତା ବଢାଇଲାଣି କୋଭିଡ ସଂକ୍ରମଣ । ଓଡିଶାରେ କରୋନା ମିଟର ପୁଣି ଉପର ମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ୧୦୪ ନୂଆ ମାମଲା ଚିହ୍ନଟ ହୋଇଛି । ମୋଟ ୫ ହଜାର ୫୨୬ ନମୂନା ପରୀକ୍ଷା କରାଯାଇଥିଲା ବେଳେ ୧୦୪ ନମୂନାର ରିପୋର୍ଟ ପଜିଟିଭି ଆସିଛି । ଆଶ୍ୱସ୍ତିକର କଥା ହେଉଛି, ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସରେ ଗୋଟିଏ ବି ପିଲା ସଂକ୍ରମିତ ହୋଇ ନାହାନ୍ତି । ସେପଟେ ଦିନକରେ ୩୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୨୯ ରହିଛି । ଦେଶରେ ବଢୁଥିବା ସଂକ୍ରମଣ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା । ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି ଯେ ଓଡିଶା କୋଭିଡ୍ ମୁକାବାଲା ପାଇଁ ସଜାଗ ଓ ପ୍ରସ୍ତୃତ ଅଛି । ରାଜ୍ୟରେ ଦୈନିକ ୫ହଜାରରୁ ଅଧିକ ଟେଷ୍ଟ ହେଉଛି । ବର୍ତ୍ତମାନ ଓଡିଶାର ସ୍ଥିତି ଭଲ ରହିଛି ବୋଲିି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, କରୋନା ସଂକ୍ରମଣ ବୃଦ୍ଧି ଉପରେ ସ୍ୱାସ୍ଥ୍ୟମନ୍ତ୍ରାଳୟ ନଜର ରଖିଛି । ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁନଥିବାରୁ ଉଦବେଗର କୌଣସି କାରଣ ନାହିଁ । ସ୍ଥିତିକୁ ଦେଖି କରୋନା ମୁକାବିଲା ପାଇଁ ସରକାର ପଦକ୍ଷେପ ନିର୍ଦ୍ଧାରଣ କରିବେ