32.1 C
Bhubaneswar
Wednesday, October 30, 2024
Homeଓଡିଶାବିଧାନସଭାରେ ଉପସ୍ଥାପନ ହେଲା ୨୮,୨୦୦ କୋଟିର ଅତିରିକ୍ତ ବଜେଟ୍

ବିଧାନସଭାରେ ଉପସ୍ଥାପନ ହେଲା ୨୮,୨୦୦ କୋଟିର ଅତିରିକ୍ତ ବଜେଟ୍

ଭୁବନେଶ୍ବର : ବିଧାନସଭାରେ ଚଳିତ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ବିପର୍ଯ୍ୟୟ ପରିଚାଳନା ପାଇଁ ସର୍ବାଧିକ ୪୬୯୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ପଞ୍ଚାୟତି ରାଜ ବିଭାଗ ପାଇଁ ୪୦୯୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଗଣଶିକ୍ଷା ପାଇଁ ୨୮୮୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଆମ ଓଡ଼ିଶା ନବୀନ ଓଡ଼ିଶା ୧୩୦୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଜଳସେଚନ ପାଇଁ ୨୪୦୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ଅନ୍ୟପକ୍ଷରେ ପରିବହନ ଯୋଜନା ଲକ୍ଷ୍ମୀ ପାଇଁ ୫୫୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ଯୋଜନା ମାଧ୍ୟମରେ ପଞ୍ଚାୟତରୁ ରାଜଧାନୀକୁ ବସ ପରିବହନ କରାଯିବ । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଅନୁସାରେ ଜୁଲାଇ ସୁଦ୍ଧା ରାଜ୍ୟର ଋଣ ଭାର ୮୮୪୮୭ କୋଟି ରହିଛି, ଯାହାକି ରାଜ୍ୟ ଜିଡିପିର ୧୦ ପ୍ରତିଶତ । ତେବେ ରାଜ୍ୟ ସରକାର ଏ ଯାଏ ଖୋଲା ବଜାରରୁ ଋଣ କରି ନାହାନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଚଳିତ ଆର୍ଥିକ ବର୍ଷ ଅର୍ଥାତ ଅଗଷ୍ଟ ଯାଏ ନିଜସ୍ୱ ରାଜସ୍ୱ ସଂଗ୍ରହ ୪୧୨୩୧ କୋଟି ହୋଇଛି. ଏହା ପୂର୍ବ ବର୍ଷ ତୁଳନାରେ ୧୨.୯% ଅଧିକ । ନିଜସ୍ୱ ଟିକସ ସଂଗ୍ରହ ୨୦୧୩୧ କୋଟି ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୧୪.୫% ଅଧିକ ଅଟେ । ନିଜସ୍ୱ ଅଣଟିକସ ରାଜସ୍ୱ ୨୧୧୦୦ କୋଟି ସଂଗ୍ରହ ହୋଇଛି, ଏହା ପୂର୍ବ ବର୍ଷ ତୁଳନାରେ ଏହା ୧୧.୫% ଅଧିକ । ଚଳିତ ଅଗଷ୍ଟ ଯାଏ ବଜେଟର ୨୯% ଖର୍ଚ୍ଚ ହୋଇଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking