25.1 C
Bhubaneswar
Monday, February 17, 2025
Homeଓଡିଶାଟାଟାବିଜୁଳି କଣ୍ଟାଜାଲରେ ଓଡିଶା ଛଟପଟ : ମାୟାଧର ନାୟକ

ଟାଟାବିଜୁଳି କଣ୍ଟାଜାଲରେ ଓଡିଶା ଛଟପଟ : ମାୟାଧର ନାୟକ

ଯାଜପୁର: ଯେଉଁଦିନଠାରୁ ଓଡିଶାସରକାର ବିଜୁଳିକୁ ଟାଟା ମୁଣ୍ଡରେ ମୁଣ୍ଡାଇଦେଲେ – ସେହିଦିନଠାରୁ ଟାଟା ବିଜୁଳି ଜାଲରେ ସରକାର, ସାରାଓଡିଶା ଛଟପଟ ହେଉଛିବୋଲି ବିଶିଷ୍ଟ ଶ୍ରମିକନେତା ମାୟାଧର ନାୟକ କହିଛନ୍ତି । ଶ୍ରୀ ନାୟକ ପ୍ରେସ୍‍ ଇସ୍ତାହାରରେ ଲେଖିଛନ୍ତି – ଟାଟା କମ୍ପାନୀର ଯାହାକିଛି ଧନସଂପତ୍ତିର ପାହାଡ ସୃଷ୍ଟି ହୋଇଛି ତା’ ମୂଳରେ ଅଛି – ମୟୂରଭଞ୍ଜର ଗୋରୁମହିଷାଣୀ ବାଦାମପାହାଡର ଲୁହାଖଣି, ସୁକିନ୍ଦାର କ୍ରୋମାଇଟ୍‍ ଖଣି ।

ଏଇଠୁ ଲୁହାପଥର, କ୍ରୋମାଇଟ୍‍ ନେଇ ଜାମସେଦପୁରରେ ଇସ୍ପାତ କାରଖାନା ପ୍ରତିଷ୍ଠା କଲା । ପୁଣି ବଡବିଲ ଅଞ୍ଚଳରେ ଲୁହାଖଣି, ତାଳଚେରରୁ କୋଇଲା ଖଣି ନେଲା । କଳିଙ୍ଗନଗରରେ ଷ୍ଟିଲ ପ୍ଲାଣ୍ଟ୍‍ କଲା । ସେଇ କଳିଙ୍ଗନଗରରେ ନୀଳାଚଳ ଇସ୍ପାତ ନିଗମକୁ କିଣିନେଲା । ସାରୁଆବିଲ କମର୍ଦ୍ଦା କ୍ରୋମାଇଟ୍‍ ମାଇନସ୍‍କୁ ହାତେଇଲା । ଗଞ୍ଜାମ ଜିଲ୍ଲାରେ ଷ୍ଟିଲପ୍ଲାଣ୍ଟ କରିପାରିଲାନାହିଁ ।

ରାଜ୍ୟସରକାରଠୁ ଜମିନେଇ ଗୋପାଳପୁର ମଲ୍ଟି ସ୍ପେସିଆଲିଟି ହସପିଟାଲ୍‍ ନିର୍ମାଣ କରି କାର୍ଯ୍ୟକ୍ଷମ ପୂର୍ବରୁ ବିକ୍ରି କରିବାକୁ ଟେଣ୍ଡର ଡାକିଲା । ସେହିଦିନ ଟାଟାର ଅତିଲୋଭର ପାପ ଚିନ୍ତା ମୁଣ୍ଡକୁ ବିଗାଡିଦେଲା । ଲୋକେ ଛି, ଛି କହିଲେ । ଟାଟାତ ଲୁଣତେଲସାବୁନ୍‍ଠୁ ଉଡାଜାହାଜବ୍ୟବସାୟକରି ଦେଶବିଦେଶ ରାଜ୍ୟବାସୀ ଅର୍ଥମୁଣିକୁ କଣାକରିବାରେ ଲାଗିଛି । ଲୋଭଂ ପାପ – ପାପଂ ମୃତ୍ୟୁ ଭଳି ଟାଟା ସରକାରଠୁ ବିଜୁଳି ବଣ୍ଟନ ଦାୟିତ୍ୱ ନେଲା ।

ସରକାରଙ୍କ ବିଜୁଳି ବିଭାଗ କର୍ମଚାରୀ ଅଫିସରମାନେ ଟାଟାର ଗୋତିଶ୍ରମିକ ପାଲଟିଗଲେ । ଏ କର୍ମଚାରୀଅଫିସରମାନେ ରତନ ଟାଟାର ବଡବାପା ଭୂମିକାରେ ଅବତୀର୍ଣ୍ଣହୋଇ ସବୁ ଘରେଘରେ ଓଡିଶା ସରକାର ମିଟର ହଠାଇ ଟାଟାମିଟର ବସାଇଲେ । କେଉଁଠି କେଉଁଠି ବିଜୁଳି ଦେୟ ଶହେଗୁଣ ବୃଦ୍ଧି ପାଇଲା । ଦେୟ ପଇଠ ନକଲେ ସଂଗେସଂଗେ ବିଜୁଳି କାଟ୍‍ । ଯାଜପୁରରୋଡରେ ସମସ୍ତ ଉପଭୋକ୍ତାଙ୍କ ଘରେ ଟାଟାମିଟର ଲାଗିଲା ।

ଶ୍ରୀ ନାୟକ ଲେଖିଛନ୍ତି – ମଣିଷର ଲୋଭ ବଢିଲେ – ସେ କୋଉଠି ପହଞ୍ôଚବ କହିହେବନି । ଟାଟାର ବଦଗୁଣ ଅଛି – ସେ ସରକାର, ଦଳ, ନେତା ପୋଷେ । ଏବେ ବିଜୁଳିଭଳି ଅତ୍ୟନ୍ତ ଅତ୍ୟାବଶ୍ୟକ ମରିଷ ଜୀବନର ଚଳନ ଅଙ୍ଗଭଳି ବ୍ୟବସ୍ଥାକୁ ଅବ୍ୟବସ୍ଥାରେ ପରିଣତ କରିଛି । ଚାରିଆଡେ ବିଜୁଳି ଲୁଚକାଳି ଖେଳୁଛି । ଏପରିକି ରାଷ୍ଟ୍ରପତିଙ୍କ ସଭାରେ, ଓଡିଶା ଶକ୍ତିମନ୍ତ୍ରୀଙ୍କ ସଭାରେ ବିଜୁଳି କଟିଗଲା । ଟିକେ ପବନ ହେଲେ ଟାଟା ବିଜୁଳି କାଟ୍‍ ।

ଟ୍ରାନ୍ସଫର୍ମର ପୋଡିଗଲେ ଗାଁଗଣ୍ଡାରେ ମାସ ମାସ ବିଜୁଳି ଗାୟବ । ଏମିତି ତ ସହରବଜାର ଠାରୁ ଆରମ୍ଭକରି ନିପଟ ମଫସଲ ଗାଁରେ ବାରମ୍ବାର ବିଜୁଳି ଚାଲିଯାଉଛି । ପିଲାଙ୍କ ପାଠପଢା-କମ୍ପ୍ୟୁଟର ବନ୍ଦ ହୋଇଯାଉଛି । ଏବେ ଆକାଶରୁ ନିଆଁ ବର୍ଷୁଛି । ଏ ସମୟରେ ବିଜୁଳି ବହୁସ୍ଥାନରେ ରହୁନି । ଭାବନ୍ତୁ ତ କି ଯନ୍ତ୍ରଣା ଭୋଗୁନଥିବେ । ଲୋକେ, ଦଳମାନେ ଟାଟା ବିରୋଧରେ ପ୍ରବଳ ଘୃଣା ସୃଷ୍ଟିକରି ଗର୍ଜିବା-ଆନ୍ଦୋଳନ କରିବା ଦେଖାଗଲାଣି ।

ଟାଟାକର୍ମଚାରୀକୁ ଘେରାଉକରି ସ୍ଥାନେସ୍ଥାନେ ବନ୍ଦୀକରି ରଖୁଛନ୍ତି । ଗତ ୧୩ ତାରିଖରେ ଢେଙ୍କାନାଳଜିଲ୍ଲା ଟାଟାଷ୍ଟିଲ ପ୍ଲାଣ୍ଟରେ ବ୍ଲାଷ୍ଟଫର୍ଣ୍ଣେସର ପାଇପ୍‍ଲାଇନ୍‍ ଫାଟି ବିଷ୍ଫୋରଣରେ ୧୯ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । କେତେକଙ୍କ ଅବସ୍ଥା ସଂକଟାପନ୍ନ । ଏଇଭଳି ଟାଟା କମ୍ପାନୀ ୨୦୨୩-୨୪ରେ ବହୁ ଧକ୍କା ଖାଇବ । ହେ! ଟାଟା କମ୍ପାନୀ – ରତନ ଟାଟାଜୀ – ଆଉ ଏତେ ଲୋଭ କରନା – ଯାହାତ କରୁଥିଲ କରୁଥିଲ – କେବଳ ତମ ବ୍ୟବସାୟଅଞ୍ଚଳରେ ଲୋକେ ଭୂକ୍ତଭୋଗୀ ଥିଲେ ।

ବିଶେଷକରି କଳିଙ୍ଗନଗରଷ୍ଟିଲପ୍ଲାଣ୍ଟ୍‍, ନିଳାଚଳଷ୍ଟିଲପ୍ଲାଣ୍ଟ, ସୁକିନ୍ଦା,ସାରୁଆବିଲ,କମର୍ଦ୍ଦା କ୍ରୋମାଇଟ୍‍ ଖଣି ମାଲିକାନା ହାତେଇ ଶ୍ରମିକକର୍ମଚାରୀମାନେ ରାଜ୍ୟସରକାରଙ୍କ ଶ୍ରମଆଇନାନୁଯାୟୀ ଯାହା ମଜୁରୀ ଦରମା ପାଉଥିଲେ – ଅଧାକାଟିଦେଇ ଠିକାଦାର ନେତାଙ୍କ ସହଯୋଗରେ ମେରିରାୟ ଶାସନ ଚଳାଉଛ । ଶ୍ରମଜୀବୀଙ୍କ ମଧ୍ୟରେ ଭୀଷଣ କ୍ରୋଧ । ଅଶାନ୍ତିଅସନ୍ତୋଷର ବହ୍ନିରେ ଜଳୁଛନ୍ତି । କେତେବେଳେ ବିଷ୍ଫୋରଣ ହେବ କହିହେଉନି ।

ତେଣୁ ଜଣେ ୭୭ବର୍ଷର ପୁରୁଖା ଶ୍ରମିକନେତା ଭାବେ ପରାମର୍ଶ ଦେଉଛି – ପ୍ରଥମେ ବିଜୁଳି ଠିକ୍‍ଠାକ୍‍ କର – ଦେୟ ସ୍ୱାଭାବିକ ନିଅ – ଶ୍ରମିକମାନଙ୍କୁ ଆଗରୁ ଯାହା ରୋଜଗାର କରୁଥିଲେ ସେଥିରେ ବୃଦ୍ଧିକରି ମଜୁରୀ ଦରମା ଦିଅ । ନହେଲେ ଟାଟା ବିରୋଧୀ ଆନ୍ଦୋଳନ ହେବ – ସମ୍ଭାଳି ପାରିବ ତ ? ଟାଟା ମୁଣ୍ଡରେ ଚଡକପଡିବା ଭଳି ଗୌତମ ଆଦାନୀ ବିଶ୍ୱର ୨ନମ୍ବର ଧନୀରୁ ଭିକାରୀ ପାଲଟିଯାଉ କି ଟାଟା ଧ୍ୱଂସ ପାଇଯାଉ, ସେଥିରେ ଆମର କିଛି ଯାଏଆସେନା । ଓଡିଶାବାସୀଙ୍କୁ ବିଜୁଳିକଷ୍ଟରେ କଲବଲକରି ରୋଗୀକରିଦେବାର ଅଭିଶାପ ନିଶ୍ଚୟ ଟାଟାକମ୍ପାନୀ ମୁଣ୍ଡାଇବବୋଲି ଶ୍ରୀ ନାୟକ ପ୍ରଶ୍ନକରି ସତର୍କ କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking