37.1 C
Bhubaneswar
Sunday, June 1, 2025
Homeଓଡିଶାଓଡିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଧେୟକ, 2023

ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଧେୟକ, 2023

ଭୁବନେଶ୍ୱର : ଏକ ବ୍ୟକ୍ତିଗତ ଆପାର୍ଟମେଣ୍ଟର ମାଲିକାନା ପାଇଁ ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ଓଡିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ, 1982 ପ୍ରଣୟନ କରାଯାଇଥିଲା। ଏହି ଅଧିନିୟମ ତା 01.05.1984 ରିଖ ରେ ଲାଗୁ ହେଲା ଏବଂ ତଦନୁସାରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ, 1992 ବିଜ୍ଞାପିତ ହୋଇଥିଲା । ଅଧିନିୟମ ଏବଂ ନିୟମକୁ କାର୍ଯ୍ୟକାରୀ କରିବା ସମୟରେ ଅନୁଭୂତ ହେଲା ଯେ ଏଗୁଡିକରେ କିଛି ବ୍ୟବସ୍ଥାଗତ ତ୍ରୁଟି ରହିଛି। ଉପରୋକ୍ତ ଅଧିନିୟମ ଏବଂ ନିୟମରେ ଦକ୍ଷ ପ୍ରାଧିକାରୀଙ୍କର ଉପଯୁକ୍ତ ପରିଭାଷା , ଅଧିକାର ଏବଂ କ୍ଷମତା ସ୍ପଷ୍ଟ ଭାବରେ ପ୍ରଦାନ କରାଯାଇନଥିଲା। ଆପାର୍ଟମେଣ୍ଟ ମାଲିକ ମାନଙ୍କ ସ୍ୱାର୍ଥକୁ ସମ୍ପୁର୍ଣ୍ଣ ରୁପେ ରକ୍ଷା କରିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିଲା ।
ରିଅଲ୍ ଇଷ୍ଟେଟ୍ (ନିୟମାବଳୀ ଏବଂ ବିକାଶ) ଅଧିନିୟମ, 2016 ପ୍ରଣୀତ ହେବା ପରେ ଓଡିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ, 1982 ରେ ଅନେକଗୁଡିଏ ସଂଶୋଧନ ଆବଶ୍ୟକ ହେଉଥିଲା । ତେଣୁ, ସରକାର ପ୍ରଚଳିତ ଅଧିନିୟମ ଏବଂ ନିୟମରେ ଆମୂଳଚୁଳ ସଂଶୋଧନ କରିବା ପରିବର୍ତ୍ତେ ନୂତନ ଅଧିନିୟମ ଆଣିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ ।
ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ବିଧେୟକ, 2023 ରେ ଏକ ବ୍ୟକ୍ତିଗତ ଆପାର୍ଟମେଣ୍ଟର ମାଲିକାନାର ନିୟନ୍ତ୍ରଣ ଏବଂ ଏହାର ପରିଚାଳନା ସମ୍ବନ୍ଧୀୟ ଅନେକ ପ୍ରଗତିଶୀଳ ଏବଂ ପରିବର୍ତ୍ତନଶୀଳ ବ୍ୟବସ୍ଥା ରହିଛି | ଉପରୋକ୍ତ ବିଲ ଦ୍ୱାରା ନିମ୍ନଲିଖିତ ଉଦ୍ଦେଶ୍ୟ ସାଧିତ ହେବ :
1. ଏକ ଆପାର୍ଟମେଣ୍ଟରେ ସାଧାରଣ କ୍ଷେତ୍ରର ବ୍ୟବହାରକୁ ନିୟନ୍ତ୍ରଣ କରିବା |
2. ଏକ ଆପାର୍ଟମେଣ୍ଟର ସାଧାରଣ ବ୍ୟୟ ନିମନ୍ତେ ଆବଣ୍ଟନଗ୍ରାହୀଙ୍କ ଏକ ସଂଘ ପାଣ୍ଠି ସୃଷ୍ଟି କରିବା |
3. ରିଅଲ୍ ଇଷ୍ଟେଟ୍ (ନିୟମାବଳୀ ଏବଂ ବିକାଶ) ଅଧିନିୟମର ବ୍ୟବସ୍ଥା ଅନୁରୁପ ଆବଣ୍ଟନଗ୍ରାହୀମାନଙ୍କ ସଂଘ ନାମରେ ସାଧାରଣ କ୍ଷେତ୍ରର ପଞ୍ଜୀକରଣ ସମ୍ବନ୍ଧୀୟ ଆବଶ୍ୟକୀୟ ବ୍ୟବସ୍ଥା ସୃଷ୍ଟି କରିବା |
4. ଆବଣ୍ଟନଗ୍ରାହୀମାନଙ୍କ ସଂଘକୁ ଦକ୍ଷ ପ୍ରାଧିକରଣଙ୍କ ନିକଟରେ ପଞ୍ଜୀକରଣ କରି ଏହାର ପରିଚାଳନା ନିମନ୍ତେ ବିଭିନ୍ନ ସର୍ତ୍ତାବଳୀ ପାଇଁ ଉପ-ବିଧି ଦ୍ୱାରା ଏକକ ବ୍ୟବସ୍ଥା କରିବା |
5. ପୃଷ୍ଠପୋଷକମାନଙ୍କର ଦାୟିତ୍ୱ କୁ ସ୍ପଷ୍ଟ ଭାବରେ ନିର୍ଦ୍ଧାରଣ କରିବା |
6. ପ୍ରତ୍ୟେକ ଆପାର୍ଟମେଣ୍ଟ ମାଲିକଙ୍କର ଆପାର୍ଟମେଣ୍ଟ ମାଲିକମାନଙ୍କ ସଂଘ ସହିତ ସମ୍ପର୍କ ଏବଂ ତତସଲଗ୍ନ ଅଧିକାର ଏବଂ ଦାୟିତ୍ୱକୁ ନିର୍ଦ୍ଧାରିତ କରିବା |
7. ଆପାର୍ଟମେଣ୍ଟ ମାଲିକମାନଙ୍କର ସଂଘ ଗଠନ ପାଇଁ ବ୍ୟବସ୍ଥା କରିବା |
8. ଆପାର୍ଟମେଣ୍ଟର ବୀମା ଏବଂ ଏହାର ନିର୍ମାଣ ଜନିତ ସ୍ଥିରତା ନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରିବା|
9. ଆପାର୍ଟମେଣ୍ଟ ମାଲିକଙ୍କ ସ୍ୱାର୍ଥକୁ ଉପଯୁକ୍ତ ଭାବେ ସୁରକ୍ଷା ଯୋଗାଇବା ପାଇଁ ଅଧିନିୟମ, ନିୟମ ଏବଂ ନିୟମାବଳୀକୁ ମାନି କାର୍ଯ୍ୟ କରିବା ପାଇଁ ବ୍ୟବସ୍ଥା କରିବା |
5T ନୀତି ଅଧାରରେ ପ୍ରସ୍ତୁତ ଏହି ବିଧେୟକଟି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିର ପ୍ରତିଫଳନ| ଏହା ଆପାର୍ଟମେଣ୍ଟର ମାଲିକାନା ଏବଂ ପରିଚାଳନାଗତ ସମସ୍ୟାର ସମାଧାନ ସଂଗେ ସଂଗେ ଆପାର୍ଟମେଣ୍ଟ ସହିତ ଜଡିତ ସମସ୍ତ ବ୍ୟକ୍ତିବିଶେଷ ଏବଂ ସଂସ୍ଥାମାନଙ୍କ ମଧ୍ୟରେ ପରସ୍ପର ବୁଝାମଣା ଏବଂ ସ୍ୱଚ୍ଛ ବାତାବରଣ ସ୍ଥାପନ କରିବାରେ ସହାୟକ ହେବ |

****

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking