23.1 C
Bhubaneswar
Wednesday, January 15, 2025
Homeଓଡିଶାଛତିଶଗଡରେ ମାଓ ଆକ୍ରମଣ ପରେ ଓଡ଼ିଶାର ସବୁ ସୀମାନ୍ତ ଜିଲ୍ଲା ସିଲ୍‌ ସହ ହାଇଆଲର୍ଟ ଜାରି

ଛତିଶଗଡରେ ମାଓ ଆକ୍ରମଣ ପରେ ଓଡ଼ିଶାର ସବୁ ସୀମାନ୍ତ ଜିଲ୍ଲା ସିଲ୍‌ ସହ ହାଇଆଲର୍ଟ ଜାରି

ଭୁବନେଶ୍ୱର:  ଛତିଶଗଡ଼ରେ ମାଓ ହମଲା ପରେ ଓଡ଼ିଶାରେ ସବୁ ସୀମାନ୍ତ ଜିଲ୍ଲାରେ ହାଇଆଲର୍ଟ ଜାରି । ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାରେ ପୂର୍ବରୁ ହାଇ ଆଲର୍ଟ କରାଯାଇଥିବା ବେଳେ ଏବେ ବରଗଡ଼ ଓ କଳାହାଣ୍ଡିରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି । ଏନେଇ ଏଡିଜି ଅମିତାଭ ଠାକୁର ସୂଚନା ଦେଇଛନ୍ତି । ଆମ ରାଜ୍ୟକୁ ୯୦ ପ୍ରତିଶତ ମାଓବାଦୀ ଛତିଶଗଡରୁ ହିଁ ଆସିଥାନ୍ତି । ତେଣୁ ଏହି ଘଟଣା ପରେ ଛତିଶଗଡରୁ କିଭଳି ମାଓବାଦୀ ମାନେ ରାଜ୍ୟକୁ ନ ଆସିବେ ସେ ନେଇ ସମସ୍ତ ସୀମାନ୍ତ ଜିଲ୍ଲାକୁ ସିଲ କରି ଦିଆଯାଇଛି । ଅତିରିକ୍ତ ଡିଜି ଅପରେସନ ଅମିତାଭ ଠାକୁର ଏହି ସୂଚନା ଦେଇଛନ୍ତି । ସୀମାନ୍ତ ଜିଲ୍ଲାର ଏସପି ମାନଙ୍କ ସହ ଭିଡିଓ କନ୍ଫେରେନ୍ସି ଜରିଆରେ ସ୍ଥିତିର ଅନୁଧ୍ୟାନ କରାଯାଉଛି । ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଯୌନ ଶୋଷଣ କରାଯାଉଛି । ଯେତେବେଳେ ମହିଳା ମାଓବାଦୀ ଆତ୍ମ ସମର୍ପଣ କରୁଛନ୍ତି ସେମାନେ ଏହିଭଳି କାହାଣୀ ପୋଲିସ ଆଗରେ କହୁଛନ୍ତି । ସମସ୍ତ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ପାଇଁ ଅତିରିକ୍ତ ଡିଜି ଅପରେସନ ଅମିତାଭ ଠାକୁର ଆହ୍ବାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking