26.1 C
Bhubaneswar
Thursday, September 19, 2024
Homeଓଡିଶାନକ୍ସଲଙ୍କ ଆକ୍ରମଣରେ ଓଡ଼ିଆ ଯବାନ ସହିଦ

ନକ୍ସଲଙ୍କ ଆକ୍ରମଣରେ ଓଡ଼ିଆ ଯବାନ ସହିଦ

ମାଲକାନଗିରି  : ନକ୍ସଲଙ୍କ ଆକ୍ରମଣରେ ଓଡ଼ିଆ ଯବାନ ସହିଦ । ଛତିଶଗଡ଼ରେ ଗତକାଲି ମାଓ ଅପରେସନ ସମୟରେ ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ଶିଆଳ ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ପ୍ରକାଶ ସହିଦ ହୋଇଥିବା ଜଣାପଡିଛି । ସହିଦ ଯବାନ ପ୍ରକାଶଙ୍କ ଘର ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଅଞ୍ଚଳର ବୋଲି ଜଣାପଡିଛି । ଛତିଶଗଡ଼ କୋବ୍ରା ୨୦୬ ବାଟାଲିଅନରେ କାର୍ଯ୍ୟରତ ଥିଲେ ପ୍ରକାଶ । ପ୍ରକାଶଙ୍କ ବିୟୋଗରେ ଜନ୍ମମାଟି ଗୋପାଳପୁରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

 ରବିବାର ମୋ ପୁଅ  ମୋ ସହିତ କଥା ହୋଇଥିଲା। ମୋ ପୁଅ ମୋତେ ଛାଡ଼ି ପଳାଇଲା ବୋଲି କାନ୍ଦି କାନ୍ଦ ଗଡ଼ି ଯାଉଛନ୍ତି ସହିଦଙ୍କ ମା’।  ସହିଦଙ୍କର ପରିବାରରେ ତାଙ୍କର ବଡ଼ ଭାଇ, ଦୁଇ ପୁଅ ,ତାଙ୍କ ପତ୍ନୀ, ମା’ ଅଛନ୍ତି। ସହିଦ ଯବାନଙ୍କ ପତ୍ନୀ କହିଛନ୍ତି, ରବିବାର ରାତିରେ ଭିଡ଼ିଓ କଲ୍‌ରେ ମୋ ସହିତ କଥା ହୋଇଥିଲେ। ଘରର ସମସ୍ତଙ୍କ କଥା ପଚାରିଥିଲେ।  ସୋମବାର ରାତିରେ ସେ ଫୋନ୍‌ ଉଠାଇ ନଥିଲେ। ମଙ୍ଗଳବାର ତାଙ୍କ ଫୋନ୍ ଲାଗି ନଥିଲା। ପରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସେ ଆହତ ହୋଇଥିବା ମୋତେ ଫୋନ୍‌ ଆସିଥିଲେ।ପରେ ତାଙ୍କର ମୃତ୍ୟୁ ଘଟିଥିବା ଫୋନ୍ ଆସିଥିଲା। ଡିସେମ୍ବର ୧ ତାରିଖରେ ଘରକୁ ଆସିବେ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking