23.1 C
Bhubaneswar
Thursday, December 26, 2024
Homeଓଡିଶାଆସିଲା ଅକ୍ଟୋଵର ଗାଇଡ଼ ଲାଇନ ; ଟ୍ୱିନ ସିଟିରେ ରାତି ୮ଟାରୁ ନାଇଟ କର୍ଫ୍ୟୁ

ଆସିଲା ଅକ୍ଟୋଵର ଗାଇଡ଼ ଲାଇନ ; ଟ୍ୱିନ ସିଟିରେ ରାତି ୮ଟାରୁ ନାଇଟ କର୍ଫ୍ୟୁ

ଭୁବନେଶ୍ୱର: କରୋନା ପାଇଁ ଗାଇଡଲାଇନ ଆଣିଛନ୍ତି ରାଜ୍ୟ ସରକାର । ନୂଆ ଗାଇଡଲାଇନ ନେଇ ଏସଆରସି ପ୍ରଦୀପ ଜେନା ସୂଚନା ପ୍ରଦାନ କରିଛନ୍ତି ।  ଗାଇଡଲାଇନ ଅନୁଯାୟୀ,
ରାଜ୍ୟର ସମସ୍ତ ପୌରାଂଚଳରେ ନାଇଟ କର୍ଫ୍ୟୁ ଜାରି ରହିବ
ସମସ୍ତ ପୌରାଂଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ରହିବ
କେବଳ, କଟକ, ଭୁବନେଶ୍ୱର ସହର ପାଇଁ ନାଇଟ କର୍ଫ୍ୟୁ ଅଧିକ କଡା
କଟକ, ଭୁବନେଶ୍ୱରରେ  ୧୦ ଦିନ ପାଇଁ ରାତି ୮ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ରହିବ
ଅକ୍ଟୋବର ୧୧ରୁ ୨୦ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ନାଇଟ କର୍ଫ୍ୟୁ

ଏହାକୁ ବାଦ ଦେଲେ ପୂର୍ବରୁ ପୂର୍ବରୁ ସେପ୍ଟେମ୍ବର ରେ ଯାହା ନିୟମ ସବୁଥିରେ ଥିଲା ସବୁ ସେମିତି ବଳବତ୍ତର ରହିବ । ସେହିପରି ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ଥିବା କଟକଣାକୁ ବଳବତ୍ତର ରଖିଛନ୍ତି ରାଜ୍ୟ ସରକାର । ବିବାହ, ବ୍ରତ ଓ ଅନ୍ତେଷ୍ଟି, ଶୁଦ୍ଧି କ୍ରିୟାରେ ମୋଟ ୨୫୦ଜଣ ସାମିଲ ହୋଇପାରିବେ । ସେହିଭଳି ବିବାହ ଉତ୍ସବରେ ବର ଶୋଭାଯାତ୍ରାରେ ଯାଇପାରିବ । ବର ସହ ସର୍ବାଧିକ ୫୦ ଜଣ ଲୋକ ରୋଷଣୀ କରି ଯାଇପାରିବେ । ଏହାସହ ପୂର୍ଣ୍ଣ କ୍ଷମତାରେ ସିନେମା ହଲ୍ ଚାଲିପାରିବ ବୋଲି ଘୋଷଣା କରିଛନ୍ତି ଏସଆରସି । ସମସ୍ତ ରାଜନୈତିକ, ସାମାଜିକ, ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ ପୂର୍ବରୁ ଜାରି ହୋଇଥିବା କଟକଣା ବଳବତ୍ତର ରହିବ । ଏହାସହ ମାସ୍କ, ସାମାଜିକ ଦୂରତା, ସାନିଟାଇଜ୍ ଗାଇଡ୍‌ଲାଇନ୍ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି ଏସଆରସି ପ୍ରଦୀପ ଜେନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking