30.1 C
Bhubaneswar
Sunday, June 23, 2024
Homeଓଡିଶାଜିଲ୍ଲା ସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ଦିବସ ପାଳନ

ଜିଲ୍ଲା ସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ଦିବସ ପାଳନ

ଯାଜପୁର : ଯାଜପୁର ଜିଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ଶିଶୁ ସୁରକ୍ଷା ୟ୍ୟୁନିଟ୍ ର ମିଳିତ ସହଯୋଗ ରେ କପିଳେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଶିଶୁ ଶ୍ରମିକ ନିରାକରଣ ଦିବସ ପାଳନ କରାଯାଇଛି।ଏହି ଉପଲକ୍ଷେ ଆୟୋଜିତ ସଚେତନତା ସଭାରେ ପ୍ରାଧିକରଣ ର ସଚୀବ ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ଅଧ୍ୟକ୍ଷତା କରିଥିବା ବେଳେ ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଅତିଥି ଆଲୋଚକ ଭାବେ ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ପ୍ରାକ୍ତନ ଶିଶୁ ମଙ୍ଗଳ କମିଟି ସଦସ୍ୟ ,ସାମାଜିକ କାର୍ଯ୍ୟକର୍ତ୍ତା ଡ଼ ରୁଦ୍ରନାରାୟଣ ପୃଷ୍ଟି ,ସ୍ଥାନୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଜିତେନ କୁମାର ତ୍ରିପାଠୀ,ସୁକିନ୍ଦା ବ୍ଲକ୍ ଶିକ୍ଷା ଅଧିକାରୀ ନାରାୟଣ ଦାସ ଓ ଟାଟା ଫାଉଣ୍ଡେସନର ର ଡାକ୍ତର ନିଳୀମା ତିର୍କୀ ପ୍ରମୁଖ ଯୋଗ ଦେଇ ଶିଶୁ ଶ୍ରମିକ ନିରାକରଣ ଦିବସ ମହତ୍ତ୍ଵ ,ଶିଶୁ ଶ୍ରମିକ ପରି କଷ୍ଟଦାୟୀ ଘୃଣ୍ୟ କାର୍ଯ୍ୟ ର ନିରୋଧ ଦିଗରେ ଜିଲ୍ଲା ଶ୍ରମ ,ଶିକ୍ଷା ,ମହିଳା ଓ ଶିଶୁ ବିକାଶ ସହିତ ଶିଶୁ ମଙ୍ଗଳ କମିଟି,ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଆଦି ସରକାରୀ ଅନୁଷ୍ଠାନ ମାନଙ୍କର କି ପ୍ରକାର ର ଦାୟିତ୍ଵ ରହିଛି ସେ ବିଷୟ ରେ ଆଲୋଚନା କରିଥିଲେ।ଚଳିତ ବର୍ଷ ପାଇଁ ସ୍ଥିରିକୃତ କଥାବସ୍ତୁ ପ୍ରତିଶୃତି ଅନୁଯାୟୀ ଯଥୋଚିତ କାର୍ଯ୍ୟ କରି ଶିଶୁ ଶ୍ରମ ର ପରିସମାପ୍ତି କର ସମ୍ବନ୍ଧ ରେ ଆଲୋଚକ ମାନେ ବିଭିନ୍ନ ଦୃଷ୍ଟି କୋଣରୁ ମତବ୍ୟକ୍ତ କରିଥିଲେ।ଆଲୋଚନା ପରେ ପ୍ରଶ୍ନୋତ୍ତର ମଧ୍ୟମ ରେ ଉପସ୍ଥିତ ଥିବା ଜନଗଣ ଙ୍କ ସନ୍ଦେହ ମୋଚନ କରାଯାଇଥିଲା ।ଶେଷ ରେ ବିଶ୍ବଭୂଷଣ ତ୍ରିପାଠୀ ଧନ୍ୟଵାଦ ଅର୍ପଣ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଆଇନ ସେବା ପ୍ରାଧିକରଣ ,ଉଚ୍ଚମାଧ୍ୟମିକ ବିଦ୍ୟାଳୟ ,ଶିଶୁ ସୁରକ୍ଷା ୟୁନିଟ ଓ ସ୍ଥାନୀୟ ସ୍ବେଛାସେଵୀ ଅନୁଷ୍ଠାନ ର କର୍ମଚାରୀ ଓ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking